ବବିଙ୍କ ଲଲଙ୍କ ଜାମିନ ଆବେଦନ ଖାରଜ, ଆଉ ୩ ମାମଲା ରୁଜୁ
ଯାଜପୁର/ଯାଜପୁର ଟାଉନ(ହର୍ଷବର୍ଦ୍ଧନ ବେହେରା/ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି),୨୫ା୧୧: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ସୋମବାର ଯାଜପୁର ଟାଉନ୍ ଥାନା ପୋଲିସ ପକ୍ଷରୁ ଦୁଇଟି ମାମଲା (ରାସ୍ତାରୋକୋ-କେସ୍ ନଂ.୪୬୯ ଏବଂ ଥାନା ଘେରାଉ-କେସ୍ ନଂ.୪୭୦) ରୁଜୁ ହୋଇଥିବାବେଳେ ହାଟକୁ ଆସୁଥିବା ଚାଷୀଙ୍କୁ ଧମକ ଦେବା ନେଇ ଚାଷୀ ଗୋବିନ୍ଦ ସାହୁଙ୍କ ଅଭିଯୋଗ କ୍ରମେ ଆଉ ଏକ ମାମଲା (କେସ୍ ନଂ.୪୭୨) ରୁଜୁ ହୋଇଛି। ସମାନ ଅଭିଯୋଗରେ […] The post ବବିଙ୍କ ଲଲଙ୍କ ଜାମିନ ଆବେଦନ ଖାରଜ, ଆଉ ୩ ମାମଲା ରୁଜୁ appeared first on Dharitri Odia News.
ଯାଜପୁର/ଯାଜପୁର ଟାଉନ(ହର୍ଷବର୍ଦ୍ଧନ ବେହେରା/ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି),୨୫ା୧୧: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ସୋମବାର ଯାଜପୁର ଟାଉନ୍ ଥାନା ପୋଲିସ ପକ୍ଷରୁ ଦୁଇଟି ମାମଲା (ରାସ୍ତାରୋକୋ-କେସ୍ ନଂ.୪୬୯ ଏବଂ ଥାନା ଘେରାଉ-କେସ୍ ନଂ.୪୭୦) ରୁଜୁ ହୋଇଥିବାବେଳେ ହାଟକୁ ଆସୁଥିବା ଚାଷୀଙ୍କୁ ଧମକ ଦେବା ନେଇ ଚାଷୀ ଗୋବିନ୍ଦ ସାହୁଙ୍କ ଅଭିଯୋଗ କ୍ରମେ ଆଉ ଏକ ମାମଲା (କେସ୍ ନଂ.୪୭୨) ରୁଜୁ ହୋଇଛି।
ସମାନ ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିବା ଲଲଙ୍କୁ ସୋମବାର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଲଲଙ୍କ ଜାମିନ ଆବେଦନକୁ ଏସ୍ଡିଜେଏମ୍ ଖାରଜ କରିଛନ୍ତି। ଲଲ ଜଣେ କର୍କଟ ରୋଗୀ ହୋଇଥିବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ଜେଲ୍ରେ ବିଗୁଡୁ ଥିବାରୁ ତାଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯିବା ପାଇଁ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ପିଟିସନ୍ ଉପରେ ତଦନ୍ତ କରି ସ୍ବାସ୍ଥ୍ୟବସ୍ଥାର ସ୍ଥିତି ପ୍ରଦାନ କରିବା ପାଇଁ ଏସ୍ଡିଜେଏମ୍ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ପୁଣି ଥରେ ଯାଜପୁର ଜିଲା ଜେଲକୁ ପଠାଇ ଦିଆଯାଇଛି।
The post ବବିଙ୍କ ଲଲଙ୍କ ଜାମିନ ଆବେଦନ ଖାରଜ, ଆଉ ୩ ମାମଲା ରୁଜୁ appeared first on Dharitri Odia News.