ଲଗାଣ ବର୍ଷାରେ ବଢିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ୨ଟି ଗେଟ୍

ଲମତାପୁଟ ୮।୯: ଦୁଇ ଦିନ ଲଗାଣ ବର୍ଷା ଯାଗୁଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର D.ଡ୍ୟାମ୍‌ର ଜଳସ୍ତର ବଢ଼ିବାରୁ ଦୁଇଟି ଗେଟ୍ ଖୋଲାଯାଇଛି l ଜଳଭଣ୍ଡାରରେ ଜଳସ୍ତର ବଢି ବିପଦ ସଙ୍କେତକୁ ଛୁଇଁବା ପରେ ୩ ନମ୍ବର ଏବଂ ୫ ନମ୍ବର ଗେଟ୍ ଖୋଲି ୪ ହଜାର କ୍ୟୁସେକ୍ ପାଣି ନିଷ୍କାସିତ କରାଯାଉଛି l ଡ୍ୟାମ୍ କ୍ଷମତା ୨୫ ଶହ ୯୦ ଫୁଟ ଥିବା ବେଳେ ବର୍ତ୍ତମାନ ୨୫ ଶହ ୮୭.୨୦ ଫୁଟକୁ ଜଳସ୍ତର ଛୁଇଁଛି । ପାଣିପାଗ ବିଭାଗରୁ କୋରାପୁଟ ଜିଲ୍ଲାରେ ବର୍ଷା ପରିମାଣ ବଢିବା ସୂଚନା ରହିଥିବା ବେଳେ ଆଗକୁ ବର୍ଷାର ପରିମାଣ ବଢିଲେ ଆହୁରି ଗେଟ୍‌ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି lYou Can Read:ଲୋକଙ୍କୁ ଧମକାଇ ଆଦାୟ କରୁଥିଲେ ଟଙ୍କା, ନୂଆପଡା MVIଙ୍କୁ ବାନ୍ଧିଲା ଭିଜିଲାନ୍ସ

ଲଗାଣ ବର୍ଷାରେ ବଢିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ୨ଟି ଗେଟ୍

ଲମତାପୁଟ ୮।୯: ଦୁଇ ଦିନ ଲଗାଣ ବର୍ଷା ଯାଗୁଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର D.ଡ୍ୟାମ୍‌ର ଜଳସ୍ତର ବଢ଼ିବାରୁ ଦୁଇଟି ଗେଟ୍ ଖୋଲାଯାଇଛି l ଜଳଭଣ୍ଡାରରେ ଜଳସ୍ତର ବଢି ବିପଦ ସଙ୍କେତକୁ ଛୁଇଁବା ପରେ ୩ ନମ୍ବର ଏବଂ ୫ ନମ୍ବର ଗେଟ୍ ଖୋଲି ୪ ହଜାର କ୍ୟୁସେକ୍ ପାଣି ନିଷ୍କାସିତ କରାଯାଉଛି l ଡ୍ୟାମ୍ କ୍ଷମତା ୨୫ ଶହ ୯୦ ଫୁଟ ଥିବା ବେଳେ ବର୍ତ୍ତମାନ ୨୫ ଶହ ୮୭.୨୦ ଫୁଟକୁ ଜଳସ୍ତର ଛୁଇଁଛି । ପାଣିପାଗ ବିଭାଗରୁ କୋରାପୁଟ ଜିଲ୍ଲାରେ ବର୍ଷା ପରିମାଣ ବଢିବା ସୂଚନା ରହିଥିବା ବେଳେ ଆଗକୁ ବର୍ଷାର ପରିମାଣ ବଢିଲେ ଆହୁରି ଗେଟ୍‌ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l

You Can Read:

ଲୋକଙ୍କୁ ଧମକାଇ ଆଦାୟ କରୁଥିଲେ ଟଙ୍କା, ନୂଆପଡା MVIଙ୍କୁ ବାନ୍ଧିଲା ଭିଜିଲାନ୍ସ