Odisha Politics: ଉତ୍କଳ ଦିବସ ନା ଓଡ଼ିଶା ଦିବସ... କାହିଁକି ଏତେ ଦ୍ୱନ୍ଦ୍ୱ ?

ଉତ୍କଳ ହେଉ କି ଓଡ଼ିଶା ଦିବସ ଯିଏ ଯାହା ପାଳନ କରୁଥିଲେ ବି ଏହି ଭୂଖଣ୍ଡ ପ୍ରତି ଅନୁରାଗ, ଆନୁଗତ୍ୟ ଓ ଅଙ୍ଗୀକାର ରହିବା ଉଚିତ । ବିଗତ କିଛିବର୍ଷ ଧରି ଏଭଳି ମିଶ୍ରିତ ଦିବସ ପାଳନ ହୋଇ ଆସୁଥିଲେ ମଧ୍ୟ ଏହାକୁ ନେଇ ବିତର୍କ କି ଦ୍ୱନ୍ଦ୍ୱ ପରିଲକ୍ଷିତ ହୋଇନଥିଲା ଯାହା ଚଳିତ ବର୍ଷ ଦେଖିବାକୁ ମିଳିଛି l ଏହି ଭିନ୍ନତାକୁ ଦୂରକରି ଏକତାର ସହିତ ଦ୍ୱନ୍ଦ୍ୱ, ଦ୍ୱିଧା, ବିତର୍କକୁ ପୋଛି ଗର୍ବ ଓ ଗୌରବର ସହିତ ପ୍ରତ୍ୟେକ ଓଡ଼ିଆ ଆମ ପ୍ରଦେଶର ଜନ୍ମଦିନ ପାଳନ କରିବେ, ଏ କଥାକୁ ସରକାର ସୁନିଶ୍ଚିତ କରିବା ଆବଶ୍ୟକ l 

Odisha Politics: ଉତ୍କଳ ଦିବସ ନା ଓଡ଼ିଶା ଦିବସ... କାହିଁକି ଏତେ ଦ୍ୱନ୍ଦ୍ୱ ?
Array