ପୁରୀ ଦଳାଚକଟା ଘଟଣା: ମୃତକଙ୍କ ପରିବାର ସହ କଥା ହେଲେ ନବୀନ, ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କଲେ ଲୋକେ

ପୁରୀ,୨୯ା୬ : ପୁରୀ ରଥଯାତ୍ରାରେ ଘଟିଥିବା ଦଳାଚକଟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ମୃତକଙ୍କ ପରିବାର ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ନେତା ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ପରିବାର ସଦସ୍ୟମାନେ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ପ୍ରଶାସନ ଓ ପୋଲିସର ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ମୃତକଙ୍କ ପରିବାରର ଜଣେ ସଦସ୍ୟ ନବୀନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି, “ଜୟ ଜଗନ୍ନାଥ… […] The post ପୁରୀ ଦଳାଚକଟା ଘଟଣା: ମୃତକଙ୍କ ପରିବାର ସହ କଥା ହେଲେ ନବୀନ, ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କଲେ ଲୋକେ appeared first on Dharitri Odia News.

ପୁରୀ ଦଳାଚକଟା ଘଟଣା: ମୃତକଙ୍କ ପରିବାର ସହ କଥା ହେଲେ ନବୀନ, ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କଲେ ଲୋକେ

ପୁରୀ,୨୯ା୬ : ପୁରୀ ରଥଯାତ୍ରାରେ ଘଟିଥିବା ଦଳାଚକଟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ମୃତକଙ୍କ ପରିବାର ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ନେତା ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ପରିବାର ସଦସ୍ୟମାନେ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ପ୍ରଶାସନ ଓ ପୋଲିସର ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ମୃତକଙ୍କ ପରିବାରର ଜଣେ ସଦସ୍ୟ ନବୀନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି, “ଜୟ ଜଗନ୍ନାଥ… ଆଜ୍ଞା ମୋ ସଂସାର ଉଜୁଡ଼ିଗଲା। ଆଜ୍ଞା ପ୍ରଶାସନ ଢିଲା, ଆନାଉନ୍ସ ହଉନାହିଁ, ସବୁ ଢିଲା। ପୋଲିସ ଆମକୁ ସହଯୋଗ କଲା ନାହିଁ। ଆଜ୍ଞା ପ୍ରଶାସନ ଆଦୌ ନାହାନ୍ତି, ଆମକୁ ସହଯୋଗ କଲେ ନାହିଁ।” ଏହି ବୟାନରେ ପରିବାରର ଦୁଃଖ ଓ ପ୍ରଶାସନ ପ୍ରତି ଅଭିଯୋଗ ସ୍ପଷ୍ଟ ରୂପେ ପ୍ରକାଶ ପାଇଛି।

ପୁରୀରେ ଘଟିଥିବା ଏହି ଦଳାଚକଟା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ଭାବରେ ପୁରୀର ଉଭୟ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି। ନୂତନ ଜିଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ. ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆ ଯାଇଛି। ସେହିପରି DCP ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି। ବରିଷ୍ଠ IAS ଅଫିସର ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ସହ ରଥ ପରିଚାଳନା ଦାୟିତ୍ବ ତୁଲାଇବେ। ଏଥିସହ ମୃତ ଭକ୍ତଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

The post ପୁରୀ ଦଳାଚକଟା ଘଟଣା: ମୃତକଙ୍କ ପରିବାର ସହ କଥା ହେଲେ ନବୀନ, ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କଲେ ଲୋକେ appeared first on Dharitri Odia News.