କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ଖୁଣ୍ଟଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଛି। ରଥସାହିଛକ, କଲେଜଛକ, କାଳୀମନ୍ଦିର ଛକ ସମେତ ବିଭିନ୍ନ ସ୍ଥାନରେ ଥିବା ଦୋକାନର ଟିଣଛପର ଉଡ଼ିଯାଇଛି। ବର୍ଷା ପାଣି ପଶି ଦୋକାନର ଜିନିଷପତ୍ର ନଷ୍ଟ ହୋଇଯାଇଛି। ସବୁଠୁ ବଡ଼କଥା ହେଲା ପୂର୍ତ୍ତବିଭାଗ ପକ୍ଷରୁ ପ୍ରାୟ ୪କୋଟି ଟଙ୍କାରେ ନିର୍ମିତ ଇନ୍‌ଡୋର ଷ୍ଟାଡିୟମ […] The post କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ appeared first on Dharitri Odia News.

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ଖୁଣ୍ଟଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଛି। ରଥସାହିଛକ, କଲେଜଛକ, କାଳୀମନ୍ଦିର ଛକ ସମେତ ବିଭିନ୍ନ ସ୍ଥାନରେ ଥିବା ଦୋକାନର ଟିଣଛପର ଉଡ଼ିଯାଇଛି। ବର୍ଷା ପାଣି ପଶି ଦୋକାନର ଜିନିଷପତ୍ର ନଷ୍ଟ ହୋଇଯାଇଛି।

ସବୁଠୁ ବଡ଼କଥା ହେଲା ପୂର୍ତ୍ତବିଭାଗ ପକ୍ଷରୁ ପ୍ରାୟ ୪କୋଟି ଟଙ୍କାରେ ନିର୍ମିତ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହେବାର ଏକ ମାସକ ମଧ୍ୟରେ ତାହା ଭାଙ୍ଗିଯାଇଛି। ଗତ ମାର୍ଚ୍ଚ ୧୩ରେ ଏହାକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ମାତ୍ର ଏହାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏପରି ଘଟିଲା ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଦୋଷ ଦୁର୍ବଳତାକୁ ଘୋଡ଼ାଇବା ଲାଗି ପ୍ରଶାସନ ତରବରିଆ ଭାବରେ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି। ଏପରିସ୍ଥିତିରେ ଘଟଣାସ୍ଥଳରେ ଉପସ୍ଥିତ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କୌଣସି ପ୍ରତିକ୍ରିୟା ନ ଦେବା ସହିତ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଉକ୍ତ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ସେପରି କାଳୀ ମନ୍ଦିର ଛକଠାରେ ୧୦୦ ଫୁଟ ଉଚ୍ଚତାରେ ନିର୍ମିତ ଜାତୀୟ ପତାକା ଖୁଣ୍ଟ ରାସ୍ତା ଉପରେ ପଡ଼ିଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି।

The post କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ appeared first on Dharitri Odia News.