ସମ୍ପତ୍ତି ପାଇଁ ବିବାଦ: ମୃତ୍ୟୁର ୧୪ ଘଣ୍ଟା ପରେ କରାଗଲା ଅନ୍ତିମ ସଂସ୍କାର
ଦିଗପହଣ୍ଡି, ୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ପାଇଁ ବିବାଦ କାରଣରୁ ଗ୍ରାମର ନିଃ ସନ୍ତାନ ମହିଳା ଏସ. ସାକିଲି ରେଡ୍ଡୀ ମୃତ୍ୟୁବରଣ କରିବା ପରେ ମରଶରୀରକୁ ସଂସ୍କାର କରାନଯାଇ ସକାଳ ୬ ଟାରୁ ରାତି ୮ ଯାଏଁ ଘରେ ପକାଇ ରଖାଯାଇଥିଲା। ସ୍ବାମୀ ପରୁତ୍ୟକ୍ତା ଏସ. ସାକିଲି ନିଃସନ୍ତାନ ଥିବାରୁ ତାଙ୍କ ଭାଇ ଏସ. ଦୂର୍ଯୋଙ୍କ ପୁଅ ଏସ.ବୁଦ୍ଧିଆଙ୍କୁ ପୋଷ୍ୟ ପୁଅ କରିଥିଲେ। କିନ୍ତୁ […] The post ସମ୍ପତ୍ତି ପାଇଁ ବିବାଦ: ମୃତ୍ୟୁର ୧୪ ଘଣ୍ଟା ପରେ କରାଗଲା ଅନ୍ତିମ ସଂସ୍କାର appeared first on Dharitri Odia News.
ଦିଗପହଣ୍ଡି, ୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ପାଇଁ ବିବାଦ କାରଣରୁ ଗ୍ରାମର ନିଃ ସନ୍ତାନ ମହିଳା ଏସ. ସାକିଲି ରେଡ୍ଡୀ ମୃତ୍ୟୁବରଣ କରିବା ପରେ ମରଶରୀରକୁ ସଂସ୍କାର କରାନଯାଇ ସକାଳ ୬ ଟାରୁ ରାତି ୮ ଯାଏଁ ଘରେ ପକାଇ ରଖାଯାଇଥିଲା।
ସ୍ବାମୀ ପରୁତ୍ୟକ୍ତା ଏସ. ସାକିଲି ନିଃସନ୍ତାନ ଥିବାରୁ ତାଙ୍କ ଭାଇ ଏସ. ଦୂର୍ଯୋଙ୍କ ପୁଅ ଏସ.ବୁଦ୍ଧିଆଙ୍କୁ ପୋଷ୍ୟ ପୁଅ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ବିବାଦ କାରଣରୁ ଲାଡ଼ି ଗାଁ ବିଜୟ ପଦ୍ମନାଭପୁର ଗ୍ରାମରେ ରହୁଥିବା ସାନ ଭଉଣୀ ଏସ. ପଦି ରେଡ୍ଡୀ ବଡ଼ ଭଉଣୀ ଏସ. ସାକିଲିଙ୍କୁ ନେଇ ପାଖରେ ରଖିଥିଲେ। ରବିବାର ଭୋର ପ୍ରାୟ ୬ ଟାରେ ଏସ. ସାକିଲି ଗାଁ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ହୃଦଘାତ ରେ ତାଙ୍କ ମୃତ୍ୟୁ ଘଟିଥିଲା।
ସେ ମୃତ୍ୟୁବରଣ କରିବା ପରେ ସାନ ଭଉଣୀ ତାଙ୍କ ମୃତଦେହକୁ ସଂସ୍କାର ନିମନ୍ତେ ବି. ତୁରୁବୁଡି ଗାଁ କୁ ଆଣିଥିଲେ। କିନ୍ତୁ ପୋଷ୍ୟ ପୁଅ ତାଙ୍କୁ ସମ୍ପତ୍ତି ନଦେଲେ ମୃତଦେହ ସଂସ୍କାର କରିବି ନାହିଁ ବୋଲି କହିଥିଲେ।ଏନେଇ ବିବାଦ ଉପୁଜିଥିଲା। ଗ୍ରାମର ଜାତି ଭଦ୍ରଲୋକ ମାନେ ଏଥିରେ ହସ୍ତକ୍ଷେପ କରି ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଉଭୟପକ୍ଷ ନିଜ ନିଜ ଜିଦ୍ ରେ ଅଟଳ ରହିଥିଲେ।
ଘଟଣା ଦିଗପହଣ୍ଡି ଥାନାରେ ପହଞ୍ଚିଥିଲା। ପୋଲିସ ଟିମ୍ ଗାଁ ରେ ପହଞ୍ଚି ଉଭୟ ପକ୍ଷ ଙ୍କୁ ବୁଝାସୁଝା କରିବା ପରେ ସରପଞ୍ଚ ଲିଙ୍ଗରାଜ ଦୋରାଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା। ମୃତକଙ୍କ ବ୍ୟାଙ୍କ ଜମାଖାତାରେ ଥିବା ୨ ଲକ୍ଷ ୬୦ ହଜାର ଟଙ୍କା ସ୍ଥାୟୀ ଜମା ରାଶି,ତାଙ୍କ ଆଧାର କାର୍ଡ,ଘର ପଟ୍ଟା ପୋଷ୍ୟ ପୁଅ ଏସ.ବୁଦ୍ଧିଆଙ୍କୁ ହସ୍ତାନ୍ତର କରାଯିବା ପରେ ସେ ଗାଁ ଶ୍ମଶାନରେ ତାଙ୍କ ପାଳିତ ମାଆଙ୍କ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି।
The post ସମ୍ପତ୍ତି ପାଇଁ ବିବାଦ: ମୃତ୍ୟୁର ୧୪ ଘଣ୍ଟା ପରେ କରାଗଲା ଅନ୍ତିମ ସଂସ୍କାର appeared first on Dharitri Odia News.