ପ୍ରଥମେ ଭାରତର ଦୋଷ ଦେଉଥିଲା, ଏବେ କାନାଡାର ମତ ବଦଳିଗଲା
ଓଟାଓ୍ବା,୨୧।୨: ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ ବୋଲି କାନାଡା ସରକାର କହିଛନ୍ତି। କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ କୌଣସି ବିଦେଶୀ ହସ୍ତକ୍ଷେପର କୌଣସି ନିଶ୍ଚିତତା ନ ଥିଲା ବୋଲି କୁହାଯାଇଥିଲା। ଏହାପୂର୍ବରୁ ଶିଖ ଫର ଜଷ୍ଟିସ (ଏସ୍ଏଫ୍ଜେ) ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ଫେବୃଆରୀ ୧ ସକାଳେ ସିମରଞ୍ଜିତ ସିଂଙ୍କ ଘରେ ହୋଇଥିବା ଆକ୍ରମଣରେ […] The post ପ୍ରଥମେ ଭାରତର ଦୋଷ ଦେଉଥିଲା, ଏବେ କାନାଡାର ମତ ବଦଳିଗଲା appeared first on Dharitri Odia News.
ଓଟାଓ୍ବା,୨୧।୨: ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ ବୋଲି କାନାଡା ସରକାର କହିଛନ୍ତି। କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ କୌଣସି ବିଦେଶୀ ହସ୍ତକ୍ଷେପର କୌଣସି ନିଶ୍ଚିତତା ନ ଥିଲା ବୋଲି କୁହାଯାଇଥିଲା।
ଏହାପୂର୍ବରୁ ଶିଖ ଫର ଜଷ୍ଟିସ (ଏସ୍ଏଫ୍ଜେ) ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ଫେବୃଆରୀ ୧ ସକାଳେ ସିମରଞ୍ଜିତ ସିଂଙ୍କ ଘରେ ହୋଇଥିବା ଆକ୍ରମଣରେ ଭାରତର ହାତ ଥିଲା। ଫେବୃଆରୀ ୧୨ରେ ଗ୍ରେଟର ଟରୋଣ୍ଟୋ ଏରିଆର ହୋଇଥିବା ଆକ୍ରମଣ ପାଇଁ ଏସ୍ଏଫ୍ଜେ ଭାରତକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ଇନ୍ଦରଜିତ ସିଂ ଗୋସଲଙ୍କ ନିର୍ମାଣାଧୀନ ଗୃହକୁ ଟାର୍ଗେଟ କରାଯାଇଥିଲା। ଖଲିସ୍ତାନ ଉପନିର୍ବାଚନରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।
ଏହାପୂର୍ବରୁ ଗତ ବର୍ଷ ଜୁନ ୧୮ରେ ହରଦୀପ ସିଂ ନିଜ୍ଜରଙ୍କୁ କାନାଡାର ଏକ ଗୁରୁଦ୍ୱାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ହରଦୀପଙ୍କୁ ଜଣେ ଖଲିସ୍ତାନ ନେତା ବୋଲି ଚିହ୍ନଟ କରାଯାଇଥିଲା। ତାଙ୍କ ହତ୍ୟା ପରେ ଭାରତ ସରକାର ଏହା ପଛରେ ଥିଲେ ବୋଲି ଆଶଙ୍କା କରାଯାଉଥିଲା। ତେବେ ଭାରତ ଏହି ଅଭିଯୋଗକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଆସୁଛି। ଏହାପରଠାରୁ ଉଭୟ ଦେଶ ମଧ୍ୟ ସମ୍ପର୍କ ଭଲ ନାହିଁ।
The post ପ୍ରଥମେ ଭାରତର ଦୋଷ ଦେଉଥିଲା, ଏବେ କାନାଡାର ମତ ବଦଳିଗଲା appeared first on Dharitri Odia News.