ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ ନା ନାହିଁ? ଦିଲ୍ଲୀରେ ବୈଠକ କରି ଫେରିଥିବା ବରିଷ୍ଠ ନେତା କଲେ ସ୍ପଷ୍ଟ

ନୂଆଦିଲ୍ଲୀ,୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠିରୁ ଲୋକ ସଭା ନିର୍ବାଚନ ଲଢିବେ। ଏନେଇ ଆମେଠି ଜିଲା କଂଗ୍ରେସ ସଭାପତି ଦାବି କରିଛନ୍ତି। ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଫେରିଥିବା କଂଗ୍ରେସ ଜିଲା ସଭାପତି ପ୍ରଦୀପ ସିଂଘଲ ବୁଧବାର କହିଛନ୍ତି , ରାହୁଲ ଗାନ୍ଧୀ ଆମେଠିରୁ କଂଗ୍ରେସ ପ୍ରାର୍ଥୀ ହେବେ, ଯାହାର ଘୋଷଣା ଖୁବ୍‌ଶୀଘ୍ର କରାଯିବ। ପ୍ରଦୀପ କହିଛନ୍ତି, ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ କାର୍ଯ୍ୟକର୍ତ୍ତା ସେମାନଙ୍କର ଦାୟିତ୍ୱ ପୂରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। […] The post ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ ନା ନାହିଁ? ଦିଲ୍ଲୀରେ ବୈଠକ କରି ଫେରିଥିବା ବରିଷ୍ଠ ନେତା କଲେ ସ୍ପଷ୍ଟ appeared first on Dharitri Odia News.

ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ ନା ନାହିଁ? ଦିଲ୍ଲୀରେ ବୈଠକ କରି ଫେରିଥିବା ବରିଷ୍ଠ ନେତା କଲେ ସ୍ପଷ୍ଟ

ନୂଆଦିଲ୍ଲୀ,୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠିରୁ ଲୋକ ସଭା ନିର୍ବାଚନ ଲଢିବେ। ଏନେଇ ଆମେଠି ଜିଲା କଂଗ୍ରେସ ସଭାପତି ଦାବି କରିଛନ୍ତି। ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଫେରିଥିବା କଂଗ୍ରେସ ଜିଲା ସଭାପତି ପ୍ରଦୀପ ସିଂଘଲ ବୁଧବାର କହିଛନ୍ତି , ରାହୁଲ ଗାନ୍ଧୀ ଆମେଠିରୁ କଂଗ୍ରେସ ପ୍ରାର୍ଥୀ ହେବେ, ଯାହାର ଘୋଷଣା ଖୁବ୍‌ଶୀଘ୍ର କରାଯିବ।

ପ୍ରଦୀପ କହିଛନ୍ତି, ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ କାର୍ଯ୍ୟକର୍ତ୍ତା ସେମାନଙ୍କର ଦାୟିତ୍ୱ ପୂରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ରାହୁଲ ଗାନ୍ଧୀ ୨୦୦୨ରୁ ୨୦୧୯ପର୍ଯ୍ୟନ୍ତ ଆମେଠିରୁ ଏମ୍‌ପି ଥିଲେ। ହେଲେ ସେ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଥିଲେ।

The post ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ ନା ନାହିଁ? ଦିଲ୍ଲୀରେ ବୈଠକ କରି ଫେରିଥିବା ବରିଷ୍ଠ ନେତା କଲେ ସ୍ପଷ୍ଟ appeared first on Dharitri Odia News.