‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଚାଲୁ ରଖିଥିବା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ପାଇବାର ଆଶା ନେଇ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ମାତ୍ର ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ସେ ଓ ଅନ୍ୟ ଆଶାୟୀମାନେ ଆଶଙ୍କାରେ ରହିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଭବଙ୍କ ଆବାହକତ୍ୱରେ […] The post ‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’ appeared first on Dharitri Odia News.

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଚାଲୁ ରଖିଥିବା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ପାଇବାର ଆଶା ନେଇ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ମାତ୍ର ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ସେ ଓ ଅନ୍ୟ ଆଶାୟୀମାନେ ଆଶଙ୍କାରେ ରହିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଭବଙ୍କ ଆବାହକତ୍ୱରେ ଖଣ୍ଡପଡ଼ା ଅରୁଣ ନିବାସରେ ରବିବାର ସନ୍ଧ୍ୟାରେ ଏକ ବୈଠକ ବସିଥିଲା। ଏଥିରେ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ବିଜେଡିର ଛାମୁଆ ନେତା, ପଞ୍ଚାୟତସ୍ତରୀୟ ଜନପ୍ରତିନିଧି, ସଙ୍ଗଠକ ଓ କର୍ମୀମାନେ ଯୋଗଦେଇଛନ୍ତି। ପ୍ରାର୍ଥୀ ଘୋଷଣା ନ ହେବା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ବିଜେଡି ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିବା ଅନୁଭବଙ୍କୁ ଯଦି ଦଳ ପକ୍ଷରୁ ଅଣଦେଖା କରାଯାଏ, ତାହାହେଲେ ବିଦ୍ରୋହର ସ୍ବର ଉଠିବା ସହ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଏପରି କି ଦଳୀୟ ଟିକେଟରୁ ବଞ୍ଚତ୍ତ ହେଲେ ଅନୁଭବ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ବୋଲି ବହୁ ପୁରୁଖା ନେତା ମତ ଦେଇଛନ୍ତି। ଏହାକୁ ବୈଠକରେ ଉପସ୍ଥିତ ଶତାଧିକ କର୍ମୀ ଓ ସଙ୍ଗଠକ କରତାଳି ମାଧ୍ୟମରେ ସ୍ବାଗତ କରିଛନ୍ତି। ବୈଠକରେ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାରସିଂ, ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ସାହୁ, ସବେଶ୍ୱର ସ୍ବାଇଁ, ଶିକ୍ଷାବିତ୍‌ ଜନ୍ମେଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

The post ‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’ appeared first on Dharitri Odia News.