ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ

ଖୋର୍ଦ୍ଧା,୨ା୮(ପ୍ରଭାତ ପାଣିଗ୍ରାହୀ):ଧରିତ୍ରୀରେ ଏକ ଖବର ପ୍ରକାଶନକୁ ନେଇ ଶୁକ୍ରବାର ରାତିରେ ବାଣପୁର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ କେତେଜଣ ବ୍ୟକ୍ତି ଗାଳିଗୁଲଜ ଏବଂ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି। ଫଳରେ ଦିଲ୍ଲୀପ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଜଣେ ୪ ବର୍ଷୀୟା ଶିଶୁକନ୍ୟାଙ୍କୁ ପ୍ରଲୋଭିତକରି ଅଶ୍ଳୀଳ ଫଟୋକୁ ପର୍ନ ସାଇଟ୍‌ରେ […] The post ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ appeared first on Dharitri Odia News.

ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ

ଖୋର୍ଦ୍ଧା,୨ା୮(ପ୍ରଭାତ ପାଣିଗ୍ରାହୀ):ଧରିତ୍ରୀରେ ଏକ ଖବର ପ୍ରକାଶନକୁ ନେଇ ଶୁକ୍ରବାର ରାତିରେ ବାଣପୁର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ କେତେଜଣ ବ୍ୟକ୍ତି ଗାଳିଗୁଲଜ ଏବଂ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି। ଫଳରେ ଦିଲ୍ଲୀପ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଜଣେ ୪ ବର୍ଷୀୟା ଶିଶୁକନ୍ୟାଙ୍କୁ ପ୍ରଲୋଭିତକରି ଅଶ୍ଳୀଳ ଫଟୋକୁ ପର୍ନ ସାଇଟ୍‌ରେ ଭାଇରାଲ ଘଟଣା ନେଇ ଗତ ମେ ୯ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାରେ ଦିଲ୍ଲୀରୁ ଆସିଥିବା ସିବିଆଇର ଏକ ଟିମ୍‌ ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ଅଭିଯୁକ୍ତ ଦୋଳଗୋବିନ୍ଦ ଜେନା (୪୫)ଙ୍କୁ ଗିରଫ କରିଥିଲା। ତେବେ ଏହି ଖବର ପରିବେଷଣକୁ ନେଇ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ କ୍ଷୁବ୍ଧ ହୋଇପଡ଼ିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଧରିତ୍ରୀ ପ୍ରତିନିଧି ଦିଲ୍ଲୀପ ଗମ୍ଭାରୀମୁଣ୍ଡା ଛକରେ ଠିଆହୋଇଥିବାବେଳେ ଅଭିଯୁକ୍ତ ଦୋଳଗୋବିନ୍ଦଙ୍କର କେତେଜଣ ସମ୍ପର୍କୀୟ ଓ ସହଯୋଗୀ କୁହାଯାଉଥିବା ୩୦ରୁ ୪୦ଜଣ ବ୍ୟକ୍ତି ହଠାତ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଦିଲ୍ଲୀପ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ତଣ୍ଟିଚିପି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଆକ୍ରମଣରେ ଦିଲ୍ଲୀପଙ୍କ ଛାତିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ସେ କଥା କହିପାରୁନାହାନ୍ତି। ଖବର ପାଇ ନାଚୁଣୀ ଓ ବାଣପୁର ଥାନା ପୋଲିସ ବାଣପୁର ମେଡିକାଲରେ ପହଞ୍ଚତ୍ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚତ୍ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି। ଆକ୍ରମଣ ଘଟଣାକୁ ବିଭିନ୍ନ ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିଛନ୍ତି। ଚିଲିକା ପ୍ରେସ୍‌ କ୍ଲବ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଜିଲା ସଭାପତି ପ୍ରକାଶ ହାତୀ, ସମ୍ପାଦକ ଦିଲ୍ଲୀପ ପଟ୍ଟନାୟକ, ସାମ୍ବାଦିକ ପ୍ରବୀଣ ଭଞ୍ଜ, ଶୁଭନାରାୟଣ ମହାପାତ୍ର ଏବଂ ରଞ୍ଜିତ ସାମନ୍ତରାୟ ପ୍ରମୁଖ ଏହି ଘଟଣାର ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ଉଲ୍ଲେଖ ଥାଉ କି, ଗତ ଡିସେମ୍ବରରେ ଗମ୍ଭାରୀମୁଣ୍ଡା ଖଜୁରିଆ ଗ୍ରାମରେ କେତେଜଣ ଯୁବକଙ୍କ ମଧ୍ୟରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାରେ ସେତେବେଳେ ଗୋଟିଏ ଗୋଷ୍ଠୀର ଗଣ୍ଡଗୋଳକାରୀ ଖବର ପରିବେଷଣକୁ କେନ୍ଦ୍ରକରି ଦିଲ୍ଲୀପଙ୍କୁ ଧମକ ଦେଇଥିଲେ।

The post ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ appeared first on Dharitri Odia News.