ପୋଲିସ ସହ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୩(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଓ ବିଜାପୁର ଜିଲା ସୀମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। କୋମ୍ବିଂ ଅପରେଶନ ଜାରି ରହିଛି, ଅଧିକ ମାଓବାଦୀଙ୍କ ମୃତଦେହ ମିଳିପାରେ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦାନ୍ତଓ୍ବୋଡା ଓ ବିଜାପୁର ଜିଲା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଥିବା ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ କୋମ୍ବିଂ କରିଥିଲେ। ସୋମବାର ଭୋରରୁ ସୁରକ୍ଷା […] The post ପୋଲିସ ସହ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ appeared first on Dharitri Odia News.

ପୋଲିସ ସହ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୩(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଓ ବିଜାପୁର ଜିଲା ସୀମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। କୋମ୍ବିଂ ଅପରେଶନ ଜାରି ରହିଛି, ଅଧିକ ମାଓବାଦୀଙ୍କ ମୃତଦେହ ମିଳିପାରେ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଦାନ୍ତଓ୍ବୋଡା ଓ ବିଜାପୁର ଜିଲା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଥିବା ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ କୋମ୍ବିଂ କରିଥିଲେ। ସୋମବାର ଭୋରରୁ ସୁରକ୍ଷା କର୍ମୀ-ମାଓାବଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏଥିସହ ଉକ୍ତ ମହିଳା ମାଓବାଦୀଙ୍କ ମୃତଦେହ ନିକଟରୁ ଇନ୍‌ସାସ୍‌ ରାଇଫଲ, ବିପୁଳ ପରିମାଣର ଗୁଳି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି। ଖବର ଲେଖାହେବା ସୁଦ୍ଧା ଉକ୍ତ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି। ଅଧିକ ମାଓବାଦୀ ଆହତ କିମ୍ବା ନିହତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

The post ପୋଲିସ ସହ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ appeared first on Dharitri Odia News.