ଏଣିକି ଦିନିକିଆ, ଟି୨୦ରେ ବାଧ୍ୟତାମୂଳକ ହେବ ‘ଷ୍ଟପ୍‌ କ୍ଲକ୍‌’ ବ୍ୟବହାର; ଜାଣନ୍ତୁ…

ଦୁବାଇ, ୧୫ା୩: ଏଣିକି ହ୍ବାଇଟ୍‌ ବଲ୍‌ କ୍ରିକେଟରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ‘ଷ୍ଟପ୍‌ ଓ୍ବାଚ୍‌’କୁ ନିୟମିତ ଭାବେ ବ୍ୟବହାର କରାଯିବ। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର ଶେଷ ହେବା ପରେ ଏହାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ବୋଲିଂ ଆରମ୍ଭ କରିବାକୁ ହେବ। ଏଥିରେ ବିଳମ୍ବ ହେଲେ ୫ ରନ ପେନାଲ୍‌ଟିର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ରୁ ‘ଷ୍ଟପ୍‌ ଓ୍ବାଚ୍‌’କୁ ନିୟମିତ […] The post ଏଣିକି ଦିନିକିଆ, ଟି୨୦ରେ ବାଧ୍ୟତାମୂଳକ ହେବ ‘ଷ୍ଟପ୍‌ କ୍ଲକ୍‌’ ବ୍ୟବହାର; ଜାଣନ୍ତୁ… appeared first on Dharitri Odia News.

ଏଣିକି ଦିନିକିଆ, ଟି୨୦ରେ ବାଧ୍ୟତାମୂଳକ ହେବ ‘ଷ୍ଟପ୍‌ କ୍ଲକ୍‌’ ବ୍ୟବହାର; ଜାଣନ୍ତୁ…

ଦୁବାଇ, ୧୫ା୩: ଏଣିକି ହ୍ବାଇଟ୍‌ ବଲ୍‌ କ୍ରିକେଟରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ‘ଷ୍ଟପ୍‌ ଓ୍ବାଚ୍‌’କୁ ନିୟମିତ ଭାବେ ବ୍ୟବହାର କରାଯିବ। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର ଶେଷ ହେବା ପରେ ଏହାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ବୋଲିଂ ଆରମ୍ଭ କରିବାକୁ ହେବ। ଏଥିରେ ବିଳମ୍ବ ହେଲେ ୫ ରନ ପେନାଲ୍‌ଟିର ବ୍ୟବସ୍ଥା ରହିଛି।

ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ରୁ ‘ଷ୍ଟପ୍‌ ଓ୍ବାଚ୍‌’କୁ ନିୟମିତ ବ୍ୟବହାର କରାଯିବ। ଏହା ୨୦୨୩ ଡିସେମ୍ବରରେ ପ୍ରଥମେ ପ୍ରଚଳନ କରାଯାଇଥିଲା। ସେବେଠାରୁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଆସୁଛି। ହେଲେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆସନ୍ତା ଜୁନ୍‌ ପହିଲାରୁ ଆରମ୍ଭ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଏହି ବ୍ୟବସ୍ଥାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ। ଆଇସିସି ଏହାର ବାର୍ଷିକ ବୋର୍ଡ ବୈଠକ ଏନେଇ ସୂଚନା ଦେଇଛି।

The post ଏଣିକି ଦିନିକିଆ, ଟି୨୦ରେ ବାଧ୍ୟତାମୂଳକ ହେବ ‘ଷ୍ଟପ୍‌ କ୍ଲକ୍‌’ ବ୍ୟବହାର; ଜାଣନ୍ତୁ… appeared first on Dharitri Odia News.