Viral Video: ଫଟୋ ଉଠାଇବାର ଏଭଳି ନିଶା ଯେ ପିଲାଙ୍କୁ କୁମ୍ଭୀର ପାଖରେ ଛିଡ଼ା କଲେ ବାପା, ଭିଡିଓ ଦେଖି ତାତିଲେ ଲୋକେ…

ପିତାମାତା ପିଲାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ବିଶେଷକରି ନିଜ ସନ୍ତାନ ବିପଦରେ ପଡ଼ିଲେ ବାପାମାନେ ଆଗକୁ ଆସି ସେଥିରୁ ରକ୍ଷା କରିଥାନ୍ତି। ହେଲେ ଏବେ ଜଣେ ବାପା ସାମାନ୍ୟ ଫଟୋ ଲାଗି ପିଲାମାନଙ୍କ ଜୀବନ ବିପଦରେ ପକାଇବାକୁ ପଛାଇନାହାନ୍ତି। ଟୁଇଟରରେ ତାଙ୍କର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ସମାଲୋଚନା କରୁଛନ୍ତି। ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଏକ ଦମ୍ପତି ବୁଲିବାକୁ ଯାଇଥିବା ଦେଖାଯାଉଛି। ସାଙ୍ଗରେ ତାଙ୍କର ସନ୍ତାନ ରହିଛନ୍ତି। ଏମିତିରେ […] The post Viral Video: ଫଟୋ ଉଠାଇବାର ଏଭଳି ନିଶା ଯେ ପିଲାଙ୍କୁ କୁମ୍ଭୀର ପାଖରେ ଛିଡ଼ା କଲେ ବାପା, ଭିଡିଓ ଦେଖି ତାତିଲେ ଲୋକେ… appeared first on Dharitri Odia News.

Viral Video: ଫଟୋ ଉଠାଇବାର ଏଭଳି ନିଶା ଯେ ପିଲାଙ୍କୁ କୁମ୍ଭୀର ପାଖରେ ଛିଡ଼ା କଲେ ବାପା, ଭିଡିଓ ଦେଖି ତାତିଲେ ଲୋକେ…
ପିତାମାତା ପିଲାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ବିଶେଷକରି ନିଜ ସନ୍ତାନ ବିପଦରେ ପଡ଼ିଲେ ବାପାମାନେ ଆଗକୁ ଆସି ସେଥିରୁ ରକ୍ଷା କରିଥାନ୍ତି। ହେଲେ ଏବେ ଜଣେ ବାପା ସାମାନ୍ୟ ଫଟୋ ଲାଗି ପିଲାମାନଙ୍କ ଜୀବନ ବିପଦରେ ପକାଇବାକୁ ପଛାଇନାହାନ୍ତି। ଟୁଇଟରରେ ତାଙ୍କର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ସମାଲୋଚନା କରୁଛନ୍ତି।
ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଏକ ଦମ୍ପତି ବୁଲିବାକୁ ଯାଇଥିବା ଦେଖାଯାଉଛି। ସାଙ୍ଗରେ ତାଙ୍କର ସନ୍ତାନ ରହିଛନ୍ତି।
ଏମିତିରେ ସେମାନେ ରାସ୍ତାକଡ଼ରେ ଏକ କୁମ୍ଭୀର ଶୋଇଥିବା ଦେଖୁଛନ୍ତି। ଏହାପରେ ବାପା ପିଲାଙ୍କୁ ଉକ୍ତ କୁମ୍ଭୀର ସମ୍ମୁଖରେ ଛିଡ଼ା ହେବାକୁ ପିଲାମାନଙ୍କୁ କହୁଛନ୍ତି, ଯାହାର ଫଟୋ ଉଠାଇବାକୁ ସେ ହାତରେ କ୍ୟାମେରା ଧରିଛନ୍ତି। କୁମ୍ଭୀର ଘାତକ ଶିକାରୀ ହୋଇଥିବା ବେଳେ ବାପାଙ୍କ ଏତାଦୃଶ କାର୍ଯ୍ୟ ଦେଖି ସମସ୍ତେ ଚକିତ ହୋଇଛନ୍ତି। କିଭଳି ଭାବେ ସେ ନିଜ ପିଲାଙ୍କ ଜୀବନ ଫଟୋ ଲାଗି ବିପଦରେ ପକାଇ ପାରିଲେ ତାହାକୁ ନେଇ ସମାଲୋଚନା କରାଯାଉଛି। ଏପରିକି ଭବିଷ୍ୟତରେ ଏଭଳି ଭୁଲ ନ କରିବାକୁ ସେମାନେ କହୁଛନ୍ତି।
ଦେଖନ୍ତୁ ଭିଡିଓ:

The post Viral Video: ଫଟୋ ଉଠାଇବାର ଏଭଳି ନିଶା ଯେ ପିଲାଙ୍କୁ କୁମ୍ଭୀର ପାଖରେ ଛିଡ଼ା କଲେ ବାପା, ଭିଡିଓ ଦେଖି ତାତିଲେ ଲୋକେ… appeared first on Dharitri Odia News.