ଭୁବନେଶ୍ବରରେ ହଠାତ୍ ବଦଳିଗଲା ପାଗର ମିଜାଜ୍
ରାଜଧାନୀ ଭୁବନେଶ୍ବରରେ ହଠାତ୍ ବଦଳିଗଲା ପାଗର ମିଜାଜ୍। ଘୋଟେଇ ଆସିଲା କଳାହାଣ୍ଡିଆ ମେଘ, ଚାହୁଁ ଚାହୁଁ ବର୍ଷିଲା। ତାତିରେ ଲାଗିଲା ବ୍ରେକ୍ । ରାଜଧାନୀର ବିଭିନ୍ନ ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଆସନ୍ତା ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ।