ପୂର୍ବ ସରକାରରେ ଚାକିରିରେ ହେଉଥିଲା ଚଞ୍ଚକତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୧୨(ଅନିଲ ଦାସ)-ପୂର୍ବ ସରକାର ସମୟରେ ସରକାରୀ ନିଯୁକ୍ତିରେ ଚଞ୍ଚକତା ହେଉଥିଲା। ଏଏସ୍‌ଓ ଚାକିର ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା। ଶୁକ୍ରବାର ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ରାଜ୍ୟର ଭବିଷ୍ୟତଙ୍କ ସହ ଛଳନା କରୁଥିଲେ । ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ବଚ୍ଛତା ନ ଥିଲା। ଦୁର୍ନୀତି ଭରି ରହିଥିଲା। ଦୁର୍ନୀତି ସରକାରଙ୍କ ନାକ […] The post ପୂର୍ବ ସରକାରରେ ଚାକିରିରେ ହେଉଥିଲା ଚଞ୍ଚକତା : ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ପୂର୍ବ ସରକାରରେ ଚାକିରିରେ ହେଉଥିଲା ଚଞ୍ଚକତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୧୨(ଅନିଲ ଦାସ)-ପୂର୍ବ ସରକାର ସମୟରେ ସରକାରୀ ନିଯୁକ୍ତିରେ ଚଞ୍ଚକତା ହେଉଥିଲା। ଏଏସ୍‌ଓ ଚାକିର ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା। ଶୁକ୍ରବାର ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ରାଜ୍ୟର ଭବିଷ୍ୟତଙ୍କ ସହ ଛଳନା କରୁଥିଲେ । ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ବଚ୍ଛତା ନ ଥିଲା। ଦୁର୍ନୀତି ଭରି ରହିଥିଲା। ଦୁର୍ନୀତି ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା କାହିଁକି ଚୁପ୍‌ ରହୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏଥିସହ ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ । ଦାୟିତ୍ୱରେ ଥିବା ଅଧିକାରୀ ପରୀକ୍ଷାପତ୍ର ପ୍ରଘଟ ର଼୍ୟାକେଟ୍‌ରେ ସମ୍ପୃକ୍ତ ଥିଲେ; ଯାହାର ଉଦାହରଣ ୨୦୨୩ ମସିହାର ଜେଇଇ ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତ। ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ପୂର୍ବ ସରକାର ଆଉଟ୍‌ସୋର୍ସରେ ରହି ଯାଇଥିଲେ। ସ୍ବଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ୱ। ପ୍ରତିଶ୍ରୁତି ପାଳନ କରିବୁ। ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ଦେବୁ। ଖାଲିଥିବା ସମସ୍ତ ପଦବୀ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

The post ପୂର୍ବ ସରକାରରେ ଚାକିରିରେ ହେଉଥିଲା ଚଞ୍ଚକତା : ମୁଖ୍ୟମନ୍ତ୍ରୀ appeared first on Dharitri Odia News.