୮୭ କିଲୋ ଗଞ୍ଜେଇ ଜବତ
ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ବୌଦ୍ଧ ବାଘିଆପଡା ରାସ୍ତାର ପାନଖିମାଲ ଗ୍ରାମ ନିକଟସ୍ଥ ଏକ ନାଳ ନିକଟରୁ ଚାଲାଣ ପାଇଁ ରଖାଯାଇଥିବା ୮୭ କିଲୋ ଗଞ୍ଜେଇ ପୁଲିସ ଜବତ କରିଛି। ପୁଲିସ ସୂତ୍ରରୁ ମିଳିଥିବା ପନଖିମାଲ ନିକଟସ୍ଥ ନାଳ ନିକଟରେ ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ପକ୍ଷରୁ ଏକ ଟିମ୍ ଚଢାଉ କରିଥିଲା । ଏହି ଚଢ଼ାଉରେ ଦୁଇଗୋଟି ବସ୍ତାରେ ଥିବା ୮୭ କିଲୋ ଗଞ୍ଜେଇ ଜବତ […]

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ବୌଦ୍ଧ ବାଘିଆପଡା ରାସ୍ତାର ପାନଖିମାଲ ଗ୍ରାମ ନିକଟସ୍ଥ ଏକ ନାଳ ନିକଟରୁ ଚାଲାଣ ପାଇଁ ରଖାଯାଇଥିବା ୮୭ କିଲୋ ଗଞ୍ଜେଇ ପୁଲିସ ଜବତ କରିଛି। ପୁଲିସ ସୂତ୍ରରୁ ମିଳିଥିବା ପନଖିମାଲ ନିକଟସ୍ଥ ନାଳ ନିକଟରେ ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ପକ୍ଷରୁ ଏକ ଟିମ୍ ଚଢାଉ କରିଥିଲା । ଏହି ଚଢ଼ାଉରେ ଦୁଇଗୋଟି ବସ୍ତାରେ ଥିବା ୮୭ କିଲୋ ଗଞ୍ଜେଇ ଜବତ କରାଯାଇଥିବାବେଳେ କାହାରିକୁ ଗିରଫ କରାଯାଇନାହିଁ । ଏନେଇ ବୌଦ୍ଧ ଥାନା କେଶ୍ ନମ୍ୱର୍ ୨୩୩/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।