ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଫେରାର

ଜଳେଶ୍ୱର,୨୩ା୨(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ନାବାଳିକା ଜଣକ ଘରକୁ ଫେରୁଥିବା ବେଳେ ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ଚକହରି ଗଁାର ଜଣେ ଯୁବକ ତାଙ୍କୁ ଟେକିନେଇ ବଳାତ୍କାର କରିଥିଲେ। ଏନେଇ ନାବାଳିକାଙ୍କ ବାପା ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୦୫/୨୫) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଚଢ଼ାଉ […] The post ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଫେରାର appeared first on Dharitri Odia News.

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଫେରାର

ଜଳେଶ୍ୱର,୨୩ା୨(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ନାବାଳିକା ଜଣକ ଘରକୁ ଫେରୁଥିବା ବେଳେ ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ଚକହରି ଗଁାର ଜଣେ ଯୁବକ ତାଙ୍କୁ ଟେକିନେଇ ବଳାତ୍କାର କରିଥିଲେ।

ଏନେଇ ନାବାଳିକାଙ୍କ ବାପା ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୦୫/୨୫) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ପୋଲିସ କହିଛି। ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି।

The post ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଫେରାର appeared first on Dharitri Odia News.