ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ

ଦୁବାଇ,୫ା୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌କୁ ୧୦୬ ରନ୍‌ରେ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବା ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସୋମବାର ବିଜୟୀ ହୋଇଥିଲା। ବିଜୟ ସହ ଭାରତ ପଏଣ୍ଟ ଟେବୁଲରେ ଉପରକୁ ଉଠିଛି। ଆହୁରି ପଢ଼ନ୍ତୁ ଭାରତର ଚିତ୍ତାକର୍ଷକ ବିଜୟ   ଅଷ୍ଟ୍ରେଲିଆ ୫୫ ପର୍ସେଣ୍ଟେଜ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୫୨.୭୭ ପର୍ସେଣ୍ଟେଜ […] The post ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ appeared first on Dharitri Odia News.

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ

ଦୁବାଇ,୫ା୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌କୁ ୧୦୬ ରନ୍‌ରେ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବା ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସୋମବାର ବିଜୟୀ ହୋଇଥିଲା। ବିଜୟ ସହ ଭାରତ ପଏଣ୍ଟ ଟେବୁଲରେ ଉପରକୁ ଉଠିଛି।

ଆହୁରି ପଢ଼ନ୍ତୁ

ଭାରତର ଚିତ୍ତାକର୍ଷକ ବିଜୟ

 

ଅଷ୍ଟ୍ରେଲିଆ ୫୫ ପର୍ସେଣ୍ଟେଜ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୫୨.୭୭ ପର୍ସେଣ୍ଟେଜ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ୫ ସ୍ଥାନରେ ଥିବା ଦଳଗୁଡିକ ମଧ୍ୟରେ ମାତ୍ର ୫ ପଏଣ୍ଟର ତାରତମ୍ୟ ରହିଥିବା ବେଳେ ଏଥିରେ ଆହୁରି ପରିବର୍ତ୍ତନ ଦେଖିବାକୁ ମିଳିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ ଡ୍ର କରିବା ସହ ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିଲା। ତେବେ ପାକିସ୍ତାନ ବିପକ୍ଷ ସିରିଜ୍‌ ଜିତି ଅଷ୍ଟ୍ରେଲିଆ ପୁନର୍ବାର ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲା।

The post ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ appeared first on Dharitri Odia News.