ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ
ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି। ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ମା’ଧାମୁରାଇ ମନ୍ଦିରରେ ପୂଜାର୍ଚ୍ଚନା କରି ମା’ଙ୍କ ଆଶିଷ ନେଇଛନ୍ତି। ମୋର ପ୍ରତିଦ୍ୱନ୍ଦୀ କୌଣସି ରାଜନୈତିକ ଦଳ ନୁହେଁ ବରଂ ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀର ବେକାରୀ ସମସ୍ୟା, ଗମନାଗମନର ଅସୁବିଧା, ମେଡିକାଲରେ ଡାକ୍ତର ସମସ୍ୟା, ଭଷ୍ଟାଚାର, ବ୍ଲକରେ ହେଉଥିବା ପିସି କାରବାର ମୋର […] The post ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ appeared first on Dharitri Odia News.
ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି। ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ମା’ଧାମୁରାଇ ମନ୍ଦିରରେ ପୂଜାର୍ଚ୍ଚନା କରି ମା’ଙ୍କ ଆଶିଷ ନେଇଛନ୍ତି। ମୋର ପ୍ରତିଦ୍ୱନ୍ଦୀ କୌଣସି ରାଜନୈତିକ ଦଳ ନୁହେଁ ବରଂ ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀର ବେକାରୀ ସମସ୍ୟା, ଗମନାଗମନର ଅସୁବିଧା, ମେଡିକାଲରେ ଡାକ୍ତର ସମସ୍ୟା, ଭଷ୍ଟାଚାର, ବ୍ଲକରେ ହେଉଥିବା ପିସି କାରବାର ମୋର ମୁଖ୍ୟ ପ୍ରତିଦ୍ୱନ୍ଦୀ ବୋଲି କହିଥିଲେ।
ଏହି ଅବସରରେ ଧାମରା ବସ୍ଷ୍ଟାଣ୍ଡ ନିକଟରେ କଂଗ୍ରେସର ଦଳୀୟ କାର୍ଯ୍ୟାଳକୁ ଫିତା କାଟି ଅମୀୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦିଗମ୍ବର ଦାସ, ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା, ସୁରେଶ ମାହୁନ୍ତ, ଦେବାଶିଷ ନାୟକ, ପ୍ରମୋଦ ନାୟକ, ଉମେଶ ମହାକୁଡ଼, ନରହରି ମଲ୍ଲିକ, ଗଦାଧର ନାୟକ, ନରେନ୍ଦ୍ର ନାୟକ, ନରେନ୍ଦ୍ର ମାଇତି, ପୂର୍ଣ୍ଣଚନ୍ଦ୍ର ମାଝୀ, ସରୋଜ ଲେଙ୍କା, ସୁରେନ୍ଦ୍ର ଜେନା, ନାରାୟଣ ବାରିକ, ଖଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
The post ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ appeared first on Dharitri Odia News.