ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ । ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି l ଶୁକ୍ରବାର ଝରିଗାଁ ସଦର ମହକୁମା ସ୍ଥିତ ଭୂତପୂର୍ବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଶିଶୁ ବାଟିକା ନିମନ୍ତ୍ରଣ ପତ୍ର […] The post ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ appeared first on Dharitri Odia News.

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ । ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି l ଶୁକ୍ରବାର ଝରିଗାଁ ସଦର ମହକୁମା ସ୍ଥିତ ଭୂତପୂର୍ବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଶିଶୁ ବାଟିକା ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ବିଇଓଙ୍କ ଅଧ୍ୟକ୍ଷତାରେ ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସ୍ଥାନୀୟ ସରପଞ୍ଚ ଯୋଗେଶର ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ଏହି ଅବସରରେ ଅତିଥିମାନେ ଗ୍ରାମରେ କିଛି ଅବିଭାବକମାନଙ୍କୁ ସାକ୍ଷାତ କରି ନିଜ ନିଜ ଝିଅପୁଅମାନଙ୍କୁ ଶିଶୁ ବାଟିକାରେ ସାମିଲ କରିବା ନେଇ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି l ପ୍ରାଥମିକ ଶିକ୍ଷାକୁ ଜାତୀୟ ଶିକ୍ଷାନୀତି ଆଧାରରେ ପରିଚାଳନା ପାଇଁ ଶିଶୁ ବାଟିକାର ଗୁରୁତ୍ୱ, ପ୍ରସ୍ତୁତି,ଶ୍ରେଣୀ ଶୃଙ୍ଖଳା ନିମନ୍ତେ ବିଭିନ୍ନ ଦିଗର ବିକାଶ ତଥା ଶିଶୁ ବାଟିକା ଶ୍ରେଣୀର ମାନ ନିର୍ଦ୍ଧାରଣ କୌଶଳକୁ ଅବଗତ କରାଇବା ଶିବିରର ମୂଳଲକ୍ଷ୍ୟ ବୋଲି ତହସିଲଦାର ପ୍ରକାଶ କରିଛନ୍ତି l

ସେହିପରି ୫ ରୁ ୬ ବର୍ଷ ବୟସର ପିଲାଙ୍କୁ ପ୍ରାକ-ବିଦ୍ୟାଳୟ ଶିକ୍ଷା ପାଇଁ ଭର୍ତ୍ତି କରାଯିବ। ଏହାଛଡା ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଶିଶୁର ବୟସ ସେହି ଶିକ୍ଷାବର୍ଷର ସେପ୍ଟେମ୍ବର ପହିଲା ସୁଦ୍ଧା ୬+ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୫-୨୬ ଶିକ୍ଷାବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହେବ । ଆସନ୍ତା ୨ଏପ୍ରିଲ ରୁ ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ଅଭିଯାନ ପାଳନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ସୋଭେନ କୁମାର ମଣ୍ଡଳ ପ୍ରକାଶ କରିଛନ୍ତି l ଏହି ଅବସରରେ ଝରିଗାଁ ସିଆରସିସି କ୍ଷମାନିଧି ହରିଜନ, ପ୍ରଧାନଶିକ୍ଷକ ବିପିନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

The post ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ appeared first on Dharitri Odia News.