ବିଜୟର ଦ୍ୱାରଦେଶରେ ଭାରତ: ବିଜୟ ପାଇଁ ଆବଶ୍ୟକ ମାତ୍ର ଏତିକି ରନ୍
ରାଞ୍ଚି,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ତୃତୀୟ ଦିନରେ ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୪୦ ରନ ସଂଗ୍ରହ କରିଛି। ରୋହିତ ଶର୍ମା ୨୪ରେ ଏବଂ ଜୟସ୍ବାଲ ୧୬ ରନରେ ଅପରାଜିତ ଅଛନ୍ତି। ଜିତିବା ପାଇଁ ଭାରତକୁ ବର୍ତ୍ତମାନ ୧୫୨ ରନ ଦରକାର। ଇଂଲଣ୍ଡର ଦ୍ୱିତୀୟ ଇନିଂସ ୧୪୫ ରନ ପାଇଁ ଅଲଆଉଟ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ଭାରତକୁ ୧୯୨ ରନ୍ର ବିଜୟ ଟାର୍ଗେଟ ଦେଇଛି। ଇଂଲଣ୍ଡର […] The post ବିଜୟର ଦ୍ୱାରଦେଶରେ ଭାରତ: ବିଜୟ ପାଇଁ ଆବଶ୍ୟକ ମାତ୍ର ଏତିକି ରନ୍ appeared first on Dharitri Odia News.
ରାଞ୍ଚି,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ତୃତୀୟ ଦିନରେ ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୪୦ ରନ ସଂଗ୍ରହ କରିଛି। ରୋହିତ ଶର୍ମା ୨୪ରେ ଏବଂ ଜୟସ୍ବାଲ ୧୬ ରନରେ ଅପରାଜିତ ଅଛନ୍ତି। ଜିତିବା ପାଇଁ ଭାରତକୁ ବର୍ତ୍ତମାନ ୧୫୨ ରନ ଦରକାର। ଇଂଲଣ୍ଡର ଦ୍ୱିତୀୟ ଇନିଂସ ୧୪୫ ରନ ପାଇଁ ଅଲଆଉଟ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ଭାରତକୁ ୧୯୨ ରନ୍ର ବିଜୟ ଟାର୍ଗେଟ ଦେଇଛି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଭାରତ ପାଇଁ ୫ ଉଇକେଟ ନେଇଥିବାବେଳେ କୁଲଦୀପ ଯାଦବ ୪ ଉଇକେଟ ନେଇଥିଲେ। ଜାଡେଜା ଗୋଟିଏ ଉଇକେଟ ନେଇଥିଲେ। ଇଂଲଣ୍ଡ ପାଇଁ ଜ୍ୟାକ କ୍ରାଉଲି ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ବେୟାରଷ୍ଟୋ ୩୦ ରନ ଇନିଂସ ଖେଳିଥିଲେ। ଏହାପୂର୍ବରୁ ମଧ୍ୟାହ୍ନ ଭୋଜନ ପୂର୍ବରୁ ଭାରତର ପ୍ରଥମ ଇନିଂସ ୩୦୭ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପାଇଁ ଧ୍ରୁବ ଜୁରେଲ ୯୦ ରନ ସଂଗ୍ରହ କରିବା ପରେ ଶେଷ ବ୍ୟାଟ୍ସମ୍ୟାନ ଭାବରେ ଆଉଟ ହୋଇଥିଲେ। ପ୍ରଥମ ଇନିଂସ ଆଧାରରେ ଇଂଲଣ୍ଡ ଭାରତ ଉପରେ ୪୬ ରନ ଅଗ୍ରଣୀ ହାସଲ କରିଥିଲା। ଶୋଏବ ବଶୀର ଇଂଲଣ୍ଡ ପାଇଁ ଚମତ୍କାର ବୋଲିଂ କରି ୫ ଉଇକେଟ ନେବାରେ ସଫଳ ହୋଇଥିଲେ। ଭାରତ ପାଇଁ ପ୍ରଥମ ଇନିଂସରେ ଧ୍ରୁବ ୯୦ ଓ ଜୟସ୍ବାଲ ୭୩ ରନ ସ୍କୋର କରିଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ ସ୍କୋର କରିଥିଲା।
The post ବିଜୟର ଦ୍ୱାରଦେଶରେ ଭାରତ: ବିଜୟ ପାଇଁ ଆବଶ୍ୟକ ମାତ୍ର ଏତିକି ରନ୍ appeared first on Dharitri Odia News.