ନୂଆ ଓଡ଼ିଶା ଗଠନରେ ମଧ୍ୟବିତ୍ତଙ୍କର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା, ୫ଟି ବଡ ପଦକ୍ଷେପ ନେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ନୂଆ ଓଡ଼ିଶା ଗଠନରେ ମଧ୍ୟବିତ୍ତଙ୍କର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସେଥିପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ହୋଇଛି ବଡ ଘୋଷଣା। ଯାହାକୁ ନେଇ ଆଜି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ। ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଣୁ ମଧ୍ୟବିତ୍ତଙ୍କ ପାଇଁ ୫ଟି ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ […]

ଭୁବନେଶ୍ବର : ନୂଆ ଓଡ଼ିଶା ଗଠନରେ ମଧ୍ୟବିତ୍ତଙ୍କର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସେଥିପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ହୋଇଛି ବଡ ଘୋଷଣା। ଯାହାକୁ ନେଇ ଆଜି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ। ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଏଣୁ ମଧ୍ୟବିତ୍ତଙ୍କ ପାଇଁ ୫ଟି ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ ଈଝକଣ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ କମ ପଇସାରେ ସୁବିଧା କରାଯାଇଛି। ଲକ୍ଷ୍ମୀ ବସ ଓ ମୋ ବସ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ରବୃତ୍ତି ପ୍ରଦାନ କରାଯିବ।
ଏଥି ସହିତ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ମଧ୍ୟଵିତ୍ତ ଆଗକୁ ବଢ଼ିଲେ ସର୍ଭିସ୍ ସେକ୍ଟର ଆଗକୁ ବଢ଼ିବ। ରାଜ୍ୟ ଆଗକୁ ବଢିବ। ରାଜ୍ୟର ଅର୍ଥନୈତିକ ବିକାଶ ହେବ।