ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ବଡ ପ୍ରତିଶୃତି,ସେନାରୁ ଆସିଥିବା ପ୍ରତି ଅଗ୍ନିବୀରଙ୍କୁ ନିଯୁକ୍ତି
ହରିଆଣା୧୮/୯: ପ୍ରତି ଅଗ୍ନିବୀରଙ୍କୁ ମିଳିବ ଚାକିରି । ସେନାରୁ ଆସିଥିବା ପ୍ରତି ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଦେଶରେ ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ କରାଯାଇଛି । ହରିଆଣା ଫରିଦାବାଦ ସେକ୍ଟର ୧୨ରେ ଆୟୋଜିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଆହୁରି କହିଛନ୍ତି ସୈନିକ,କୃଷକ ଓ ଖେଳାଳିଙ୍କ ପାଇଁ ଜଣାଶୁଣା ହରିଆଣା । ସେନାରେ ହରିଆଣାର ଅଧିକ ସଂଖ୍ୟକ ସୈନ୍ୟ ଅଛନ୍ତି । ହରିଆଣାର କୃଷକ ଦେଶର ଲୋକଙ୍କ ପେଟ ଭରନ୍ତି । ଏଠାକାର ଖେଳାଳି ପଦକ ଜିତି ବିଶ୍ବର ନାଁ ରଖିଛନ୍ତି । ଆଉ ମାତ୍ର ଦିନ କେଇଟା ପରେ ହରିଆଣା ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ସବୁ ରାଜନୈତିକ ଦଳ ପାଗ ଭିଜିଲେଣି । ଜୋରଦାର ପ୍ରଚାର ଚାଲିଛି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ହରିଆଣାର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ ।