ମୁମ୍ବାଇ ଫେରି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୨ ନିଖୋଜଙ୍କ ମଧ୍ୟରୁ ମିଳିଲା ଜଣକର ଶବ
ମୁମ୍ବାଇ ୧୯।୧୨: ମୁମ୍ବାଇ ଉପକୂଳରେ ବୁଧବାର ହୋଇଥିବା ‘ନିଲ କମଲ’ ଫେରି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ଗୁରୁବାର ୧୪କୁ ପହଞ୍ଚିଛି। ଏହି ଦୁର୍ଘଟଣାରେ ନିଖୋଜ ଥିବା ୨ ଯାତ୍ରୀଙ୍କ ମଧ୍ୟରୁ ୪୩ ବର୍ଷ ବୟଷ୍କ ଜଣେ ବ୍ୟକ୍ତିଙ୍କ ଶବ ଗୁରୁବାର ଜବତ ହୋଇଛି। ପୋଲିସ ଏହି ସୂଚନା ଦେଇଛି। ପୋଲିସ ସୂଚନା ଅନୁସାରେ ମୃତକଙ୍କ ଶବ ଫେରି ନିକଟରୁ ମିଳିଛି। ଏହା ଦ୍ୱାରା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୪କୁ ପହଞ୍ଚିଥିବା ପୋଲିସ କହିଛି। ପୋଲିସର ଜନୈକ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ନିଖୋଜ ଏକ ୭ବର୍ଷ ବୟଷ୍କ ବାଳକର ସନ୍ଧାନ ଜାରି ରହିଛି। ନିଖୋଜ ଯାତ୍ରୀଙ୍କ ସନ୍ଧାନ ଲାଗି ଗୁରୁବାର ନୌସେନା ଓ କୋଷ୍ଟଗାର୍ଡ ହେଲିକପ୍ଟର ସହିତ ଅନ୍ୟ ନୌକାଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ସନ୍ଧାନ ଓ ଉଦ୍ଧାର ଅଭିଯାନରେ ନୌସେନା ଓ କୋଷ୍ଟ ଗାର୍ଡ ସମେତ ୮ଟି ନୌକାକୁ ସାମିଲ କରାଯାଇଛି। ନୌସେନା ସ୍ପିଡ ବୋଟ ଓ ଫେରିରେ ଥିବା ୧୧୩ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଆହତଙ୍କ ସମେତ ୯୮ଜଣଙ୍କୁ ଉଦ୍ଧାର କରାଯାଇଛି। ଅଧିକାରୀ କହିଛନ୍ତି ଯେ ନୌସେନା ସ୍ପିଡ ବୋଟରେ ୬ ଜଣ ବସିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ବର୍ତ୍ତିଯାଇଛନ୍ତି। ନୌସେନା ଏକ ବୟାନରେ କହିଛି ବୁଧବାର ଅପରାହ୍ନ ପାଖାପାଖି ୪ଟା ବେଳେ ମୁମ୍ବାଇ ଉପକୂଳର କରଞ୍ଜା ନିକଟରେ ନୌସେନାର ଏକ ସ୍ପିଡ ବୋଟ ନିୟନ୍ତ୍ରଣ ହରାଇ ନିଲକମଲ ନାମକ ଫେରି ସହିତ ଧକ୍କା ଲାଗିଥିଲା।
ମୁମ୍ବାଇ ୧୯।୧୨: ମୁମ୍ବାଇ ଉପକୂଳରେ ବୁଧବାର ହୋଇଥିବା ‘ନିଲ କମଲ’ ଫେରି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ଗୁରୁବାର ୧୪କୁ ପହଞ୍ଚିଛି। ଏହି ଦୁର୍ଘଟଣାରେ ନିଖୋଜ ଥିବା ୨ ଯାତ୍ରୀଙ୍କ ମଧ୍ୟରୁ ୪୩ ବର୍ଷ ବୟଷ୍କ ଜଣେ ବ୍ୟକ୍ତିଙ୍କ ଶବ ଗୁରୁବାର ଜବତ ହୋଇଛି। ପୋଲିସ ଏହି ସୂଚନା ଦେଇଛି। ପୋଲିସ ସୂଚନା ଅନୁସାରେ ମୃତକଙ୍କ ଶବ ଫେରି ନିକଟରୁ ମିଳିଛି। ଏହା ଦ୍ୱାରା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୪କୁ ପହଞ୍ଚିଥିବା ପୋଲିସ କହିଛି।
ପୋଲିସର ଜନୈକ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ନିଖୋଜ ଏକ ୭ବର୍ଷ ବୟଷ୍କ ବାଳକର ସନ୍ଧାନ ଜାରି ରହିଛି। ନିଖୋଜ ଯାତ୍ରୀଙ୍କ ସନ୍ଧାନ ଲାଗି ଗୁରୁବାର ନୌସେନା ଓ କୋଷ୍ଟଗାର୍ଡ ହେଲିକପ୍ଟର ସହିତ ଅନ୍ୟ ନୌକାଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ସନ୍ଧାନ ଓ ଉଦ୍ଧାର ଅଭିଯାନରେ ନୌସେନା ଓ କୋଷ୍ଟ ଗାର୍ଡ ସମେତ ୮ଟି ନୌକାକୁ ସାମିଲ କରାଯାଇଛି। ନୌସେନା ସ୍ପିଡ ବୋଟ ଓ ଫେରିରେ ଥିବା ୧୧୩ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଆହତଙ୍କ ସମେତ ୯୮ଜଣଙ୍କୁ ଉଦ୍ଧାର କରାଯାଇଛି।
ଅଧିକାରୀ କହିଛନ୍ତି ଯେ ନୌସେନା ସ୍ପିଡ ବୋଟରେ ୬ ଜଣ ବସିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ବର୍ତ୍ତିଯାଇଛନ୍ତି। ନୌସେନା ଏକ ବୟାନରେ କହିଛି ବୁଧବାର ଅପରାହ୍ନ ପାଖାପାଖି ୪ଟା ବେଳେ ମୁମ୍ବାଇ ଉପକୂଳର କରଞ୍ଜା ନିକଟରେ ନୌସେନାର ଏକ ସ୍ପିଡ ବୋଟ ନିୟନ୍ତ୍ରଣ ହରାଇ ନିଲକମଲ ନାମକ ଫେରି ସହିତ ଧକ୍କା ଲାଗିଥିଲା। ଏହି ଫେରି ଗେଟୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟାକୁ ପର୍ଯ୍ୟଟକ ନେଇ ଯାଉଥିଲା।