ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍
ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ ଉକ୍ତ ମଡେଲ ୨ଟି ଭାରିଆଣ୍ଟ ପି୪ ଏବଂ ପ୍ରିମିୟମ ପି୧୦ ବଜାରରେ ଉପଲବ୍ଧ। ବିଶେଷକରି ଏହା ଏକ ଷ୍ଟାଇଲିଶ୍, ପ୍ରଶସ୍ତ ଏବଂ ମଜଭୁତ ଏସ୍ୟୁଭି ବର୍ଗରେ ମଡେଲ ହୋଇଥିବା ବେଳେ ଆଶାୟୀ ଗ୍ରାହକଙ୍କୁ ସୁହାଇଲା ଭଳି ଏହାକୁ ପ୍ରସ୍ତୁତ କରାଯାଇଛି, ଯାହା ଡ୍ରାଇଭର ସମେତ ୯ଜଣ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା […] The post ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍ appeared first on Dharitri Odia News.
ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ ଉକ୍ତ ମଡେଲ ୨ଟି ଭାରିଆଣ୍ଟ ପି୪ ଏବଂ ପ୍ରିମିୟମ ପି୧୦ ବଜାରରେ ଉପଲବ୍ଧ।
ବିଶେଷକରି ଏହା ଏକ ଷ୍ଟାଇଲିଶ୍, ପ୍ରଶସ୍ତ ଏବଂ ମଜଭୁତ ଏସ୍ୟୁଭି ବର୍ଗରେ ମଡେଲ ହୋଇଥିବା ବେଳେ ଆଶାୟୀ ଗ୍ରାହକଙ୍କୁ ସୁହାଇଲା ଭଳି ଏହାକୁ ପ୍ରସ୍ତୁତ କରାଯାଇଛି, ଯାହା ଡ୍ରାଇଭର ସମେତ ୯ଜଣ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା କରିବା ପାଇଁ ଉଦ୍ଦିଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ, ବୋଲେରୋ ନିଓ ପ୍ଲସ୍, ୯ସିଟ୍ ବିଶିଷ୍ଠ ନିର୍ଭରଯୋଗ୍ୟ,ଶକ୍ତିଶାଳୀ ଏବଂ ଯେକୌଣସି ଯାତ୍ରା ପାଇଁ ନିର୍ମିତ, ଷ୍ଟାଇଲିଶ୍ ବୋଲ୍ଡ ଡିଜାଇନ, ପ୍ରିମିୟମ ଆଭ୍ୟନ୍ତରୀଣ ଏବଂ ନିଓର ଟେକ୍ନୋଲୋଜି ସହ ଉପଲବ୍ଧ ହେଉଛି।
ଏ ସମ୍ପର୍କରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଲିମିଟେଡ୍ର ସିଇଓ (ଅଟୋମେଟିଭ ସେକ୍ଟର) ନଳିନୀକାନ୍ତ ଗୋଲାଗୁଣ୍ଟା କହିଛନ୍ତି, ଆମେ ସ୍ଥିରତା, ଉନ୍ନତ ବୈଶିଷ୍ଟ୍ୟ ଏବଂ ଆରାମଦାୟକ ଯାତ୍ରାର ଅନୁଭୂତି ପ୍ରଦାନ ପାଇଁ ପ୍ରତିଜ୍ଞାବଦ୍ଧ, ଯାହା ପ୍ରତ୍ୟେକ ପରିବାର ଏବଂ ଯାନ ମାଲିକଙ୍କ ପାଇଁ ଡ୍ରାଇଭିଂ ଅଭିଜ୍ଞତାକୁ ସମୃଦ୍ଧ କରିଥାଏ। ଏହାର ବଡି-ଅନ୍-ଫ୍ରେମ୍ ନିର୍ମାଣ ଏବଂ ଉଚ୍ଚ ଶକ୍ତିଶାଳୀ ଷ୍ଟିଲ୍ ବଡି ସେଲ୍ ଚରମ ସ୍ଥାୟିତ୍ୱ ଏବଂ ନିରାପତ୍ତା ପାଇଁ ଡିଜାଇନ କରାଯାଇଛି। ଉକ୍ତ ମଡେଲର ପ୍ରାରମ୍ଭିକ ମୂଲ୍ୟ (ଏକ୍ସଶୋ’ରୁମ୍) ୧୧.୩୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।
The post ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍ appeared first on Dharitri Odia News.