ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ତୁର୍କୀର ପଡ଼ୋଶୀ ଦେଶ ସାଇପ୍ରସରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମାକାରିଓସ III’ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ନିକୋସ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବାରେ ବହୁତ ଖୁସି ପ୍ରକାଶ କରିଥିଲେ। ସେ କହିଥିଲେ, ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କ ପାଇଁ ଏକ […] The post ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ appeared first on Dharitri Odia News.

ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ତୁର୍କୀର ପଡ଼ୋଶୀ ଦେଶ ସାଇପ୍ରସରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମାକାରିଓସ III’ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ନିକୋସ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବାରେ ବହୁତ ଖୁସି ପ୍ରକାଶ କରିଥିଲେ। ସେ କହିଥିଲେ, ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କ ପାଇଁ ଏକ ସମ୍ମାନ। ଏହା ଆମ ଦେଶର ଭାଇଚାରାରତା ଏବଂ ବାସୁବୈଧବ କୁଟୁମ୍ବକମର ବିଚାରଧାରାର ସମ୍ମାନ।

ବିଶ୍ୱର ଅନେକ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ସେମାନଙ୍କ ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ଗସ୍ତ କରନ୍ତି ଏବଂ ସେମାନଙ୍କ ସହିତ ସମ୍ପର୍କ ମଜଭୁତ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଏତେ ଲୋକପ୍ରିୟତା କ୍ୱଚିତ୍‌ କାହାକୁ ମିଳିଛି। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେବେଠାରୁ, ସେ ବିଶ୍ୱର ୨୩ଟି ଦେଶରୁ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଛନ୍ତି। ବିଶ୍ୱର ଅନ୍ୟ କୌଣସି ନେତାଙ୍କ ପାଖରେ ଏତେ ସର୍ବୋଚ୍ଚ ନାଗରିକ ସମ୍ମାନ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବ୍ୟକ୍ତି ଯିଏ ଏତେ ସଂଖ୍ୟକ ନାଗରିକ ସମ୍ମାନ ପାଇଛନ୍ତି।

ଏହା ବିଶ୍ୱର ସମସ୍ତ ଦେଶ ସହିତ ଭାରତର ବଢ଼ୁଥିବା ସମ୍ପର୍କକୁ ଦର୍ଶାଏ। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀଙ୍କୁ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ, ସଂଯୁକ୍ତ ରାଷ୍ଟ୍ର ଚାମ୍ପିଅନ୍ସ ଅଫ ଦି ଆର୍ଥ ମଧ୍ୟ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସାଉଦି ଆରବ, ୨୦୧୬ରେ ଆଫଗାନିସ୍ତାନ, ୨୦୧୮ରେ ପାଲେଷ୍ଟାଇନ, ମାଳଦ୍ୱୀପ, ସଂଯୁକ୍ତ ଆରବ ଏମିରେଟ୍ସ, ୨୦୧୯ରେ ବାହାରିନ, ୨୦୨୦ରେ ଆମେରିକା, ଫିଜି, ପାଲାଉ, ପାପୁଆ ନ୍ୟୁଗିନି, ଇଜିପ୍ଟ, ଫ୍ରାନ୍ସ, ୨୦୨୩ରେ ଗ୍ରୀସ, ୨୦୨୪ରେ ଭୁଟାନ, ରୁଷ, ନାଇଜେରିଆ, ଡୋମିନିକା, ଗୟାନା, ବାରବାଡୋସ, କୁୱେତ, ୨୦୨୫ରେ ସାଇପ୍ରସ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି।

ସର୍ବୋଚ୍ଚ ନାଗରିକ ସମ୍ମାନ ଦୃଷ୍ଟିରୁ, ବିଶ୍ୱର ଦୁଇଟି ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏବଂ ରୁଷିଆ ବହୁତ ପଛରେ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ କେବଳ ଦୁଇଟି ନାଗରିକ ପୁରସ୍କାର ପାଇଥିବାବେଳେ, ଭ୍ଲାଦିମିର ପୁଟିନଙ୍କୁ ଏପର୍ଯ୍ୟନ୍ତ ୮ଟି ନାଗରିକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ଦୃଷ୍ଟିରୁ, ଟ୍ରମ୍ପ ୨୧ଟି ପୁରସ୍କାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଛରେ ଅଛନ୍ତି ଏବଂ ଭ୍ଲାଦିମିର ପୁଟିନ ୧୫ଟି ପୁରସ୍କାର ସହିତ ପଛରେ ଅଛନ୍ତି।

The post ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ appeared first on Dharitri Odia News.