ଏମିତି କ’ଣ ହୋଇଛି ଯେ ଗତ ୧୦ ବର୍ଷରେ, ୧୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ୫୦ ବରିଷ୍ଠ ଛାଡିଛନ୍ତି କଂଗ୍ରେସର ହାତ
ନୂଆଦିଲ୍ଲୀ,୮।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛି। କଂଗ୍ରେସ ଛାଡୁଥିବା ନେତାଙ୍କ ତାଲିକା କ୍ରମାଗତ ଭାବେ ଲମ୍ବା ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଗୌରବ ବଲ୍ଲଭଙ୍କଠାରୁ ମିଲିନ୍ଦ ଦେଓରାଙ୍କ ପର୍ଯ୍ୟନ୍ତ ଅନେକ ନେତା କଂଗ୍ରେସ ଛାଡିଛନ୍ତି। ଦଳ ଛାଡିଥିବା ସମସ୍ତ ନେତା କଂଗ୍ରେସ ଛାଡିବାର କାରଣ ଦଳର ନେତୃତ୍ୱ ତଥା କାର୍ଯ୍ୟକଳାପରେ ଥିବା ତ୍ରୁଟି ଦର୍ଶାଇଛନ୍ତି। ନିକଟରେ ଗୀତା କୋଡା, ବାବା ସିଦ୍ଦିକି, ରାଜେଶ ମିଶ୍ର, ଅମ୍ବ୍ରିଶ ଡେର, ଜଗତ ବାହାଦୁର […] The post ଏମିତି କ’ଣ ହୋଇଛି ଯେ ଗତ ୧୦ ବର୍ଷରେ, ୧୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ୫୦ ବରିଷ୍ଠ ଛାଡିଛନ୍ତି କଂଗ୍ରେସର ହାତ appeared first on Dharitri Odia News.
ନୂଆଦିଲ୍ଲୀ,୮।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛି। କଂଗ୍ରେସ ଛାଡୁଥିବା ନେତାଙ୍କ ତାଲିକା କ୍ରମାଗତ ଭାବେ ଲମ୍ବା ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଗୌରବ ବଲ୍ଲଭଙ୍କଠାରୁ ମିଲିନ୍ଦ ଦେଓରାଙ୍କ ପର୍ଯ୍ୟନ୍ତ ଅନେକ ନେତା କଂଗ୍ରେସ ଛାଡିଛନ୍ତି। ଦଳ ଛାଡିଥିବା ସମସ୍ତ ନେତା କଂଗ୍ରେସ ଛାଡିବାର କାରଣ ଦଳର ନେତୃତ୍ୱ ତଥା କାର୍ଯ୍ୟକଳାପରେ ଥିବା ତ୍ରୁଟି ଦର୍ଶାଇଛନ୍ତି।
ନିକଟରେ ଗୀତା କୋଡା, ବାବା ସିଦ୍ଦିକି, ରାଜେଶ ମିଶ୍ର, ଅମ୍ବ୍ରିଶ ଡେର, ଜଗତ ବାହାଦୁର ଅନ୍ନୁ, ଚାନ୍ଦମଲ ଜୈନ, ବାସବରାଜ ପାଟିଲ, ନାରଣ ରାଠୱା, ବିଜୟନ୍ଦର ସିଂ ଏବଂ ସଞ୍ଜୟ ନିରୁପମ ମଧ୍ୟ କଂଗ୍ରେସ ଛାଡିଛନ୍ତି। କଂଗ୍ରେସର ଅଧିକାଂଶ ନେତା ଏବେ ଭାଜପାରେ ଯୋଗ ଦେଇଛନ୍ତି। ଯଦି ଆମେ ଗତ ୧୦ ବର୍ଷ ବିଷୟରେ ଆଲୋଚନା କରିବା, ୨୦୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ୧୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୫୦ ରୁ ଅଧିକ ବଡ ନେତା କଂଗ୍ରେସ ଛାଡିଛନ୍ତି। କେବଳ ଏତିକି ନୁହେଁ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ଲୋକ ସଭା ଏବଂ ବିଧାନସଭା ସମେତ ମୋଟ ୫୧ ଟି ନିର୍ବାଚନରେ ହାରିଛି।
୨୦୧୪ରୁ କଂଗ୍ରେସକୁ ବିଦାୟ ଦେଇଥିବା ୧୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, କିରଣ କୁମାର ରେଡ୍ଡୀ, ଦିଗମ୍ବର କାମ, ଗୁଲାମ ନବୀ ଆଜାଦ, ରବି ନାୟକ, କ୍ୟାପଟେନ ଅମରିନ୍ଦର ସିଂ, ଲୁଇଜିନୋ ଫାଲେରିୟୋ, ଏସଏମ କୃଷ୍ଣ, ଏନଡି ତିୱାରୀ, ପେମା ଖଣ୍ଡୁ, ଅଜିତ ଯୋଗୀ ଏବଂ ବିଜୟ ବହୁଗୁଣାଙ୍କ ନାମ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସର ୫୦ରୁ ଅଧିକ ବରିଷ୍ଠ ନେତା ଦଳରୁ ନିଜକୁ ଦୂରେଇ ରଖିଛନ୍ତି। ଏଥିମଧ୍ୟରେ ହିମନ୍ତ ବିଶ୍ୱ ଶର୍ମା, ଚୌଧୁରୀ ବିରେନ୍ଦର ସିଂ, ରଣଜିତ ଦେଶମୁଖ, ଜି.କେ ଭାସାନ, ଜୟନ୍ତୀ ନଟରାଜନ, ରୀତା ବହୁଗୁଣା ଯୋଶୀ, ଏନ ବିରେନ ସିଂ, ଶଙ୍କର ସିଂ ବାଘେଲା ଏବଂ ଟି ଭଡକ୍କନ ଅଛନ୍ତି।
ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ, କେ.ପି ଯାଦବ, ପ୍ରିୟଙ୍କା ଚତୁର୍ବେଦୀ, ପିସି ଚାକୋ, ଜିତିନ ପ୍ରସାଦ, ସୁସ୍ମିତା ଦେବ, ଲଲିତେଶ ତ୍ରିପାଠୀ, ପଙ୍କଜ ମଲିକ, ହରେନ୍ଦ୍ର ମଲିକ, ଇମ୍ରାନ ମାସୁଦ, ଆଦିତ୍ୟ ସିଂ, ସୁପ୍ରିୟା ଏରନ, ଆରପିଏନ ସିଂ, ଅଶ୍ୱିନୀ କୁମାର, ରିପୁନ ବୋରା,ହାର୍ଦ୍ଦିକ ପଟେଲ, ସୁନିଲ ଜାଖଡ,କପିଲ ସିବଲ, କୁଲଦୀପ ବିଶ୍ନୋଇ, ଜୟବୀର ଶେରଗିଲ, ଅନିଲ ଆଣ୍ଟୋନି, ସିଆର କେଶବନ ବର୍ତ୍ତମାନ ଅନ୍ୟ ପାର୍ଟିକୁ ଯାଇଛନ୍ତି।
The post ଏମିତି କ’ଣ ହୋଇଛି ଯେ ଗତ ୧୦ ବର୍ଷରେ, ୧୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ୫୦ ବରିଷ୍ଠ ଛାଡିଛନ୍ତି କଂଗ୍ରେସର ହାତ appeared first on Dharitri Odia News.