ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ଘର ପାଟଣା ଥାନା ଟାଙ୍ଗରପଡା ଗ୍ରାମରେ ଏବଂ ସେ ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ପୋଲିସ ପରିବାରଲୋକଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନା ପଠାଇଛି। ସୂଚନାନୁଯାୟୀ, ଜଳଧର ଗାୟତ୍ରୀ […] The post ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ… appeared first on Dharitri Odia News.

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ଘର ପାଟଣା ଥାନା ଟାଙ୍ଗରପଡା ଗ୍ରାମରେ ଏବଂ ସେ ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ପୋଲିସ ପରିବାରଲୋକଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନା ପଠାଇଛି।

ସୂଚନାନୁଯାୟୀ, ଜଳଧର ଗାୟତ୍ରୀ ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ। ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଜଳଧର ସବୁଦିନ ପରି ସାଙ୍ଗମାନଙ୍କ ସହ ଖାଇ ସୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ ସାଙ୍ଗମାନେ ତାକୁ ଡାକିବାରୁ ଉଠି ନ ଥିଲେ । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ହେଲେ ପରିବାରଲୋକେ ଏହାର ତଦନ୍ତ ଦାବି କରିଛନ୍ତି।

The post ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ… appeared first on Dharitri Odia News.