ମେଷ

ଆଜି ଚତୁର୍ଥରେ ଚନ୍ଦ୍ର ସହ ଅନ୍ୟଗ୍ରହଙ୍କ ସ୍ଥିତି ବନ୍ଧୁମିଳନ ସହ ହସଖୁସିରେ ସମୟ କଟିବ। ପାରିବାରିକ ଜୀବନରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ପଡ଼ୋଶୀଙ୍କ ସମ୍ପର୍କରେ ନୂ୍ୟନତା ଏବଂ ଯାନବାହନ ଚାଳନା ସମୟରେ ଅନ୍ୟମନସ୍କତା ପରିହାର କରଣୀୟ। କଷ୍ଟୋପାର୍ଜିତ ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।
ବୃଷ

ଆଜି ପରିବାର ସଦସ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ମାନସିକ ଚାପରେ ପଡ଼ି ବିଭିନ୍ନ ବିଷୟର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଦୀର୍ଘଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ସୁଫଳ ପାଇବାର ସମ୍ଭାବନା ରହିଛି।
ମିଥୁନ

ଅର୍ଥନୈତିକ ଅଭିବୃଦ୍ଧି ପାରିବାରିକ ଓ କର୍ମକ୍ଷେତ୍ରରେ ଶାନ୍ତିର ବାର୍ତ୍ତାବହ ଭଳି କାମ କରିବ। ସହକର୍ମୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ କିମ୍ବା ରାଜନୈତିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବେ।
କର୍କଟ

ଅନ୍ୟମାନଙ୍କ ସହ ସମ୍ପର୍କକୁ ନେଇ ଅପପ୍ରଚାର ଆଶଙ୍କାକୁ ଏଡ଼ି ହେବ ନାହିଁ। ଦୈହିକ ଅସୁସ୍ଥତା ଦୂରେଇ ଯିବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବ। ରବିବାରରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ପ୍ରତିକୂଳ ପରିସ୍ଥିତି ଲାଗିରହିଲେ ମଧ୍ୟ ଯୋଜନାଗୁଡିକ ସମ୍ପୂର୍ଣ୍ଣ ହୋଇପାରିବ।
ସି˚ହ

ପାରିବାରିକ ସ୍ତରରେ ପୂର୍ବରୁ ରହିଥିବା ଅଶାନ୍ତିକୁ ନେଇ ମନଟା ଭଲ ଲାଗି ନ ପାରେ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିମାନଙ୍କ ସାହାଯ୍ୟରୁ ସମ୍ମାନିତ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ।
କନ୍ୟା

ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ମାନସିକ ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ଆମତ୍ୀୟ ତଥା ସହକର୍ମୀଙ୍କ ସହଯୋଗ ହେତୁ କାମ ହାସଲ କରିପାରିବେ। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ, କିନ୍ତୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
ତୁଳା

କୌଣସି ଅଭାବ ନ ଥାଇ ମଧ୍ୟ ପ୍ରତ୍ୟେକ କାମରେ ଦୂରେଇ ରହିବାକୁ ଶ୍ରେୟସ୍କର ମନେକରିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଆଶା କରୁଥିବା ଜିନିଷ ଅବଶ୍ୟ ପାଇବେ। ଆନୁଷ୍ଠାନିକ କାର୍ଯ୍ୟରେ ସାହାଯ୍ୟ ସହଯୋଗ ଲାଭ କରି ସଫଳତା ହାସଲ କରିବେ। ସ୍ବାସ୍ଥ୍ୟହାନିଜନିତ ଅଶାନ୍ତ ରହିବେ, କିନ୍ତୁ ତାହା ବିଶେଷ ଗୁରୁତର ହେବନାହିଁ।
ବିଛା

ଅନୁରାଧା ନକ୍ଷତ୍ର ସକାଶେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ନିଷ୍ପତ୍ତି ଅମୀମାଂସିତ ରହିଯିବ। ସମସ୍ୟାମୂଳକ ପରିସ୍ଥିତିରେ ନୀରବତା ଅବଲମ୍ବନ କରି ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ମନୋରଞ୍ଜନରେ ଆଗ୍ରହୀ ହେବେ। ଅଫିସିଆଲି କାମରେ ମଧ୍ୟାହ୍ନରେ ଟେନସନ୍ ବଢ଼ିପାରେ।
ଧନୁ

ନିଜ ଲୋକଙ୍କ ନିକଟରୁ ଦୂରେଇ ଯିବାର ଅନୁଭବ କରିବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଏବଂ କର୍ମାରମ୍ଭ ସକାଶେ ଉତ୍ସାହିତ ହେବେ। କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। କର୍ମକ୍ଷେତ୍ର୍ରରେ ଘଟି ଯାଇଥିବା ବିବାଦ ସମ୍ପର୍କରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ।
ମକର

ଖର୍ଚ୍ଚାନ୍ତଜନିତ ସାମାନ୍ୟ ମନସ୍ତାପ ଆଜିର ଯାତ୍ରାରେ ଅନୁଭବ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟରୁ ଅପରାହ୍ନେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ତୁଲାଇନେବେ। କୌଣସି ହିତୈଷୀ ବନ୍ଧୁ କିମ୍ବା ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ।
କୁମ୍ଭ

ସ୍ବାସ୍ଥ୍ୟ ବିଶେଷ ଖରାପ ନ ଥିଲେ ମଧ୍ୟ ପୂର୍ଣ୍ଣ ସୁସ୍ଥତାର ଅଭାବ ଅନୁଭବ କରିବେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା କ୍ଷେତ୍ର୍ରରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଓ ଅଭିଳଷିତ ଜିନିଷ ପାଇପାରିବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ।
ମୀନ
ପ୍ରତ୍ୟେକ କାମ ସାମାନ୍ୟ ବିଳମ୍ବରେ ହିଁ ସାଧିତ ହୋଇପାରିବ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ବିଶେଷ ଉତ୍କଟ ହେବ ନାହିଁ, କିନ୍ତୁ ଆବଶ୍ୟକତା ବହୁ ପରିମାଣରେ ବଢ଼ିଯିବ। ପାରିବାରିକ କ୍ଷେତ୍ର ଓ କର୍ମକ୍ଷେତ୍ର ସମସ୍ୟାଯୁକ୍ତ ଥିଲେ ମଧ୍ୟ ସେଥିସକାଶେ ବ୍ୟଗ୍ରତା ରହିବ ନାହିଁ। ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିରୁ ଅନୁଭବରେ ଆସିପାରେ।
The post ରାଶିଫଳ: ରବିବାର, ଜୁଲାଇ ୭ ତାରିଖ – Daily Horoscope appeared first on Dharitri Odia News.