ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ନିଶ୍ଚିତ କରିଛି ଯେ, ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ, ଯେଉଁମାନେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣରେ ଜଡ଼ିତ ଥିଲେ, ସେମାନେ ଅପରେସନ ସିନ୍ଦୁରରେ ନିହତ ୧୦୦ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି। ଏହି ଅପରେସନରେ ଭାରତ ପହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ […] The post ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା appeared first on Dharitri Odia News.

ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ନିଶ୍ଚିତ କରିଛି ଯେ, ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ, ଯେଉଁମାନେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣରେ ଜଡ଼ିତ ଥିଲେ, ସେମାନେ ଅପରେସନ ସିନ୍ଦୁରରେ ନିହତ ୧୦୦ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି। ଏହି ଅପରେସନରେ ଭାରତ ପହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା।

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ସଠିକ ଆକ୍ରମଣରେ ପାକିସ୍ତାନର ଏକାଧିକ ସାମରିକ ଘାଟି ଧ୍ୱଂସ ହୋଇଥିବା ନେଇ ଭାରତୀୟ ସେନାର ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (DGAO) ଏକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କରିଛନ୍ତି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ DG ଏୟାର ଅପରେଶନ ଏ.କେ. ଭାରତୀ।

ଏ.କେ. ଭାରତୀ ଆହୁରି କହିଛନ୍ତି, ଅପରେସନ୍ ସିନ୍ଦୁର ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନର ରଫିକୁଇ, ମୁରିଦ, ଚକଲାଲା, ରହିମ ୟାର ଖାନ, ସୁକ୍କୁର, ଚୁନିଆନ ଏବଂ ସିଆଲକୋଟରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଛି। ଏହା ସହ ପାସରୁରରେ ଥିବା ରାଡାର ସାଇଟକୁ ମଧ୍ୟ ଧ୍ୱଂସ କରାଯାଇଛି। ରହିମ ୟାର ଖାନ ଏୟାରବେସରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବା ଫଟୋ ଏବଂ ଭିଡିଓ ଦେଖାଇ ସେ କହିଛନ୍ତି ଯେ, ଏହି ଆକ୍ରମଣ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ମାରାତ୍ମକ ଆଘାତ ଦେଇଛି।

The post ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା appeared first on Dharitri Odia News.