ପୁଣି ରିଲିଜ୍ ହେବେ ‘ଶୋଲେ’,ଏଥର ଗବ୍ବରକୁ ମାରିବ ଠାକୁର
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ, ବ୍ଲକବଷ୍ଟର ଓ କଲ୍ଟ ଫିଲ୍ମ ‘ଶୋଲେ’ର ୫୦ ବର୍ଷ ପୂରଣ ହେବାକୁ... The post ପୁଣି ରିଲିଜ୍ ହେବେ ‘ଶୋଲେ’,ଏଥର ଗବ୍ବରକୁ ମାରିବ ଠାକୁର appeared first on .
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ, ବ୍ଲକବଷ୍ଟର ଓ କଲ୍ଟ ଫିଲ୍ମ ‘ଶୋଲେ’ର ୫୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଫିଲ୍ମ ୧୯୭୫ ମସିହା ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା। ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଜୟା ବଚ୍ଚନ, ହେମା ମାଳିନୀ, ସଞ୍ଜୀବ କୁମାର ଓ ଅମଜଦ ଖାନ ଅଭିନୀତ ‘ଶୋଲେ’ର ୫୦ ବର୍ଷ ପୂରଣ ଅବସରରେ ଏହାକୁ ପୁନର୍ବାର ରିଲିଜ କରାଯାଉଛି। ବିଶେଷ କଥା ହେଉଛି, ଫିଲ୍ମଟିକୁ ଅନକଟ ସଂସ୍କରଣ ସହ ରିଲିଜ କରାଯିବ। ଶୋଲେକୁ ରମେଶ ସିପ୍ପୀ ନିର୍ଦ୍ଦେଶନା ଦେଇଥିଲେ। ଏବେ ୨୭ ଜୁନରେ ଏହାର ପ୍ରିମିୟର ଇଟାଲୀର ବୋଲୋଗ୍ନାରେ ହେବ।
ଭାରତର ଏହି କଲ୍ଟ ଫିଲ୍ମକୁ ଇଟାଲୀର ‘ଇଲ ସିନେମା ରିଟ୍ରୋଭେଟୋ ଫେଷ୍ଟିଭାଲ’ରେ ପ୍ରଦର୍ଶିତ କରାଯିବ। ଏହାର ବିଶେଷ ସ୍କ୍ରିନିଂ ପିୟାଜା ମାଜିଓରେ ହେବ। ଏହି ସ୍ଥାନ କ୍ଲାସିକ ଫିଲ୍ମର ସ୍କ୍ରିନିଂ ପାଇଁ ପ୍ରସିଦ୍ଧ। ଏହି ଅନକଟ ସଂସ୍କରଣର କ୍ସାଇମାକ୍ସରେ ଗବ୍ବର ସିଂକୁ ଠାକୁର ମାରୁଥିବାର ଦୃଶ୍ୟ ରହିଛି। ଏହି ଦୃଶ୍ୟଟିକୁ ସିବିଏଫସିର ନିର୍ଦ୍ଦେଶ ଅନୁସାରେ ମୂଳ ଥିଏଟର ରିଲିଜରୁ ହଟାଇ ଦିଆଯାଇଥିଲା। ଏଥିରେ ପୂର୍ବରୁ କେବେ ନ ଦେଖାଯାଇଥିବା ଦୃଶ୍ୟଗୁଡ଼ିକ ମଧ୍ୟ ଅନକଟ୍ ଭର୍ସନରେ ସାମିଲ ଅଛି, ଯାହାକୁ ସିବିଏଫସିର କହିବା ଅନୁସାରେ କିମ୍ବା ନିର୍ମାତାମାନେ ନିଜ ଇଚ୍ଛାରେ ଏଡିଟିଂ ସମୟରେ ହଟାଇ ଦେଇଥିଲେ।
ଫିଲ୍ମ ହେରିଟେଜ ଫାଉଣ୍ଡେସନ ଓ ସିପ୍ପୀ ଫିଲ୍ମସ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏକ ଯୌଥ ପ୍ରୋଜେକ୍ଟ ରୂପେ ଏହି ଅନକଟ ସଂସ୍କରଣକୁ ରିଲିଜ କରିବାର ଉଦ୍ଦେଶ୍ୟ ହେଉଛି ଫିଲ୍ମକୁ ମୁଳ ରୂପରେ ଦେଖାଇବା, ଯେପରି ‘ଶୋଲେ’ ପ୍ରଥମେ ନିର୍ମାଣ କରାଯାଇଥିଲା। ଅମିତାଭ ଫିଲ୍ମଟି ପୁନର୍ବାର ରିଲିଜ ହେବା ଉପରେ ଖୁସି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ, ଧର୍ମେନ୍ଦ୍ର ଏହି ଫିଲ୍ମକୁ ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି ଅଭିହିତ କରିଛନ୍ତି।
ଅମିତାଭ ବଚ୍ଚନ କହିଛନ୍ତି, “ସେହି ସମୟରେ ମୋତେ ଆଦୌ ଆଭାସ ନଥିଲା ଯେ ଏହା ଭାରତୀୟ ସିନେମା ପାଇଁ ଏକ ମାଇଲଖୁଣ୍ଟ ହେବ। ଏହାକୁ ଫ୍ଲପ୍ ଘୋଷଣା କରାଯିବାରୁ ଆରମ୍ଭ କରି ବକ୍ସ ଅଫିସରେ ରେକର୍ଡ୍ ତୋଡ ରନ ପର୍ଯ୍ୟନ୍ତର ନାଟକୀୟ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଏକ ଭାବନାତ୍ମକ ରୋଲରକୋଷ୍ଟର ଥିଲା… ମୁଁ ଆଶା କରୁଛି ଯେ ୫୦ ବର୍ଷ ପରେ ମଧ୍ୟ, ଏହି ଫିଲ୍ମ ବିଶ୍ୱଭରର ନୂଆ ଦର୍ଶକଙ୍କ କଳ୍ପନାଶକ୍ତିକୁ ଆକର୍ଷଣ କରିବ।”
ଧର୍ମେନ୍ଦ୍ର ଶୋଲେକୁ ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି। ସେ କହିଛନ୍ତି, “ଫିଲ୍ମଟି ଅନକଟ ସଂସ୍କରଣ ସହ ରିଲିଜ ହେଉଥିବା ଶୁଣି ମୋତେ ବହୁତ ଖୁସି ଲାଗୁଛି ଏବଂ ମୋର ବିଶ୍ୱାସ ଯେ ଏହା ୫୦ ବର୍ଷ ପୂର୍ବ ପରି ସଫଳତା ପାଇବ। କେହି ସଲିମ-ଜାବେଦଙ୍କ ସଂଳାପ ଓ ରମେଶ ସିପ୍ପୀଙ୍କ ନିର୍ଦ୍ଦେଶନାକୁ ଭୁଲି ପାରିବେ କି? ଭାରତୀୟ ସିନେମାର ଇତିହାସରେ ଅନେକ ଦୃଶ୍ୟ ସ୍ଥାନ ପାଇଛି ଏବଂ ପ୍ରତ୍ୟେକ ଚରିତ୍ର ଷ୍ଟାର ହୋଇଛନ୍ତି । କିନ୍ତୁ ଆସଲ ନାୟକ ଥିଲା ମୁଦ୍ରା… ମୋର ପ୍ରିୟ ଦୃଶ୍ୟ ଟାଙ୍କି ଦୃଶ୍ୟ, ମନ୍ଦିର ଦୃଶ୍ୟ ଓ ଆହୁରି ଅନେକ ଦୃଶ୍ୟ ଥିଲା, କିନ୍ତୁ ସବୁଠାରୁ ଶକ୍ତିଶାଳୀ ଦୃଶ୍ୟ ମୋ ପାଇଁ ଜୟର ମୃତ୍ୟୁ ଦୃଶ୍ୟ, ଯାହା ଏବେ ମଧ୍ୟ ମୋ ମନରେ ରହିଛି।”
The post ପୁଣି ରିଲିଜ୍ ହେବେ ‘ଶୋଲେ’,ଏଥର ଗବ୍ବରକୁ ମାରିବ ଠାକୁର appeared first on .