ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
ଚେନ୍ନାଇ: ତାମିଲନାଡ଼ୁରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟସ୍ଥ ଚିନ୍ନା କମନପଟ୍ଟି ଗ୍ରାମ ସ୍ଥିତ କାରଖାନାରେ ଏହି ବିସ୍ଫୋରଣ ହୋଇଛି। ଏଥି ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି ଏବଂ ଲଗାତାର ବିସ୍ଫୋରଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଏବଂ ଘଟଣାସ୍ଥଳରେ ଜରୁରୀ ସେବା ମୁତୟନ କରାଯାଇଛି। ତାମିଲନାଡ଼ୁ […]

ଚେନ୍ନାଇ: ତାମିଲନାଡ଼ୁରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟସ୍ଥ ଚିନ୍ନା କମନପଟ୍ଟି ଗ୍ରାମ ସ୍ଥିତ କାରଖାନାରେ ଏହି ବିସ୍ଫୋରଣ ହୋଇଛି। ଏଥି ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି ଏବଂ ଲଗାତାର ବିସ୍ଫୋରଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଏବଂ ଘଟଣାସ୍ଥଳରେ ଜରୁରୀ ସେବା ମୁତୟନ କରାଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ଘୋଷଣା ହୋଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଥିବା ବେଳେ ଆହତଙ୍କ ପରିବାର ସଦସ୍ୟଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି। ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବ।