ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା, ଅଗଷ୍ଟରୁ ଲାଗୁ
ଅମରାବତି,୧୬।୭: ଦିଲ୍ଲୀ, କର୍ନାଟକ ଏବଂ ତେଲେଙ୍ଗାନା ପରେ ଏବେ ଆନ୍ଧ୍ରପ୍ରଦେଶରେ ବି ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍ଗୁଡ଼ିକରେ ମାଗଣା ଯାତ୍ରା ଲାଗି ଘୋଷଣା କରିଛନ୍ତି। ରିପୋର୍ଟ ମୁତାବକ, ଏହି ଯୋଜନା ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ(ଏପିଏସ୍ଆର୍ଟିସି) ଦ୍ୱାରା ସଂଚାଳିତ ପଲ୍ଲେ ବେଲୁଗୁ ଏବଂ ଏକ୍ସପ୍ରେସ୍ ବସ୍ରେ ଲାଗୁ ହେବ। ରାଜ୍ୟ ମଧ୍ୟରେ ସମସ୍ତ ଯାତ୍ରା ଲାଗି […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା, ଅଗଷ୍ଟରୁ ଲାଗୁ appeared first on Dharitri Odia News.
ଅମରାବତି,୧୬।୭: ଦିଲ୍ଲୀ, କର୍ନାଟକ ଏବଂ ତେଲେଙ୍ଗାନା ପରେ ଏବେ ଆନ୍ଧ୍ରପ୍ରଦେଶରେ ବି ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍ଗୁଡ଼ିକରେ ମାଗଣା ଯାତ୍ରା ଲାଗି ଘୋଷଣା କରିଛନ୍ତି।
ରିପୋର୍ଟ ମୁତାବକ, ଏହି ଯୋଜନା ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ(ଏପିଏସ୍ଆର୍ଟିସି) ଦ୍ୱାରା ସଂଚାଳିତ ପଲ୍ଲେ ବେଲୁଗୁ ଏବଂ ଏକ୍ସପ୍ରେସ୍ ବସ୍ରେ ଲାଗୁ ହେବ। ରାଜ୍ୟ ମଧ୍ୟରେ ସମସ୍ତ ଯାତ୍ରା ଲାଗି ଏହି ନିୟମ ରହିବ। ମହିଳାମାନେ ରାଜ୍ୟ ସୀମା ମଧ୍ୟରେ ଏହି ବସ୍ ଯୋଗେ ଯାତ୍ରା କରିପାରିବେ।
ଏପିଏସ୍ଆର୍ଟିସି ଅଧିକାରୀମାନେ କର୍ନାଟକ ଏବଂ ତେଲେଙ୍ଗାନାଠାରୁ ଏହି ଯୋଜନାର କାର୍ଯ୍ୟକାରିଣୀ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ବର୍ଷକୁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଅନୁମାନ କରାଯାଉଛି।
ପ୍ରକାଶ ଯେ, ନାଇଡୁ ସରକାର ମହିଳାଙ୍କ ପାଇଁ ମାଗଣା ବସ୍ ସେବା ନେଇ ଘୋଷଣା କରିଥିଲେ। ଏହା ଟିଡିପି ଦ୍ୱାରା ‘ସୁପର୍ ସିକ୍ସ’ ଯୋଜନା ଅନୁଯାୟୀ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା, ଅଗଷ୍ଟରୁ ଲାଗୁ appeared first on Dharitri Odia News.