ଡେପୁଟେଶନରେ ଗଲେ ଆଶିଷ ସିଂ
ଭୁବନେଶ୍ୱର,୭ା୧୨: ଆଇପିଏସ୍ ଆଶିଷ ସିଂ ଶୁକ୍ରବାର ଡେପୁଟେଶନରେ ଯାଇଛନ୍ତି। ସେ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଡେପୁଟେଶନରେ କାର୍ଯ୍ୟ କରିବେ। ଗୃହ ବିଭାଗର ଓଏସ୍ଡି ଭାବେ କାର୍ଯ୍ୟ କରୁଥିଲେ। ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି । ସୂଚନାଯୋଗ୍ୟ, ସେତେବେଳେ ବିଜେଡି ସରକାର ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ଭାଜପା। ଏପ୍ରିଲ ୫ରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷଙ୍କୁ କେନ୍ଦ୍ର ରେଞ୍ଜ ଆଇଜି […] The post ଡେପୁଟେଶନରେ ଗଲେ ଆଶିଷ ସିଂ appeared first on Dharitri Odia News.
ଭୁବନେଶ୍ୱର,୭ା୧୨: ଆଇପିଏସ୍ ଆଶିଷ ସିଂ ଶୁକ୍ରବାର ଡେପୁଟେଶନରେ ଯାଇଛନ୍ତି। ସେ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଡେପୁଟେଶନରେ କାର୍ଯ୍ୟ କରିବେ। ଗୃହ ବିଭାଗର ଓଏସ୍ଡି ଭାବେ କାର୍ଯ୍ୟ କରୁଥିଲେ। ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି ।
ସୂଚନାଯୋଗ୍ୟ, ସେତେବେଳେ ବିଜେଡି ସରକାର ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ଭାଜପା। ଏପ୍ରିଲ ୫ରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷଙ୍କୁ କେନ୍ଦ୍ର ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି- ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା। ମେଡିକାଲ ଛୁଟିରେ ଥିବା ଆଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଏମ୍ସର ସ୍ବତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଆଶିଷ ମିଛ କହୁଥିବା ଜଣାପଡ଼ିଥିଲା।
The post ଡେପୁଟେଶନରେ ଗଲେ ଆଶିଷ ସିଂ appeared first on Dharitri Odia News.