ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ ପରାସ୍ତ କରିଥିଲା। ଫଳରେ ଦଳ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ହୋଇଛି। ତେବେ ରାଞ୍ଚିରେ ବିଜୟ ପରେ ଭାରତୀୟ ଟିମ୍‌ର ଖେଳାଳିଙ୍କୁ ବଡ଼ ଉପହାର ମିଳିଛି। ସେଇଟି ହେଲା ଖେଳାଳିମାନଙ୍କୁ ରାଞ୍ଚି ଟେଷ୍ଟ ପରେ ଘରକୁ ଯିବାକୁ ଅନୁମତି ମିଳିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଧର୍ମଶାଳା ଟେଷ୍ଟ ମାର୍ଚ୍ଚ […] The post ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର appeared first on Dharitri Odia News.

ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ ପରାସ୍ତ କରିଥିଲା। ଫଳରେ ଦଳ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ହୋଇଛି। ତେବେ ରାଞ୍ଚିରେ ବିଜୟ ପରେ ଭାରତୀୟ ଟିମ୍‌ର ଖେଳାଳିଙ୍କୁ ବଡ଼ ଉପହାର ମିଳିଛି। ସେଇଟି ହେଲା ଖେଳାଳିମାନଙ୍କୁ ରାଞ୍ଚି ଟେଷ୍ଟ ପରେ ଘରକୁ ଯିବାକୁ ଅନୁମତି ମିଳିଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଧର୍ମଶାଳା ଟେଷ୍ଟ ମାର୍ଚ୍ଚ ୭ରୁ ଆରମ୍ଭ ହେବ। ସମସ୍ତ ଖେଳାଳି ମାର୍ଚ୍ଚ ୩ରେ ଧର୍ମଶାଳାରେ ପହଞ୍ଚିବେ। ସିରିଜର ଅନ୍ତିମ ଟେଷ୍ଟ ପୂର୍ବରୁ ସମସ୍ତ ଖେଳାଳି ନିଜର ପରିବାରଲୋକଙ୍କ ସହ ସମୟ ବିତାଇବେ। ଅର୍ଥାତ ଏହି ଟେଷ୍ଟ ଲାଗି ପ୍ରସ୍ତୁତି କରିବା ପାଇଁ ପାଖରେ ୪ ଦିନ ରହିବ।

ତେବେ କେବଳ ଭାରତୀୟ ଖେଳାଳି ନୁହନ୍ତି ଇଂଲଣ୍ଡ ଖେଳାଳିମାନେ ମଧ୍ୟ ଛୁଟି ପାଇଛନ୍ତି। ସେମାନେ ଚଣ୍ଡିଗଡ଼ ଏବଂ ବାଙ୍ଗାଲୁରୁରେ ଛୁଟି କଟାଇବେ।

The post ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର appeared first on Dharitri Odia News.