ଜେଏସ୍ଏଲ୍ର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୩୧।୭: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ନିକଟରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପ୍ରଥମ ତ୍ରୈମାସରେ ମୋଟ ୫,୭୮,୧୪୩ ଟନ୍ ବିକ୍ରି ରେକର୍ଡ କରିଛି, ଯାହା ଚଳିତ ଆର୍ଥତ୍କ ବର୍ଷର ୪ର୍ଥ ତ୍ରୈମାସ ତୁଳନାରେ ୧.୪% ଅଧିକ ବୋଲି କୁହାଯାଉଛି। ଚଳିତ ଆର୍ଥତ୍କ ବର୍ଷର […] The post ଜେଏସ୍ଏଲ୍ର ତ୍ରୈମାସିକ ଫଳାଫଳ appeared first on Dharitri Odia News.
ଭୁବନେଶ୍ୱର,୩୧।୭: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ନିକଟରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପ୍ରଥମ ତ୍ରୈମାସରେ ମୋଟ ୫,୭୮,୧୪୩ ଟନ୍ ବିକ୍ରି ରେକର୍ଡ କରିଛି, ଯାହା ଚଳିତ ଆର୍ଥତ୍କ ବର୍ଷର ୪ର୍ଥ ତ୍ରୈମାସ ତୁଳନାରେ ୧.୪% ଅଧିକ ବୋଲି କୁହାଯାଉଛି।
ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଏକକ ମୋଟ ରାଜସ୍ବ ତ୍ରୈମାସିକ ଭିତ୍ତିରେ ୦.୭% ବୃଦ୍ଧି ପାଇ ୯,୫୮୫ କୋଟି ଟଙ୍କା ରେକର୍ଡ କରାଯାଇଛି। ଏପରିକି ଏକକ ଏବିଆଇଟିଡିଏ ଓ ଟିକସ ପରବର୍ତ୍ତୀ ଲାଭ ଯଥାକ୍ରମେ ୧୦୦୪ କୋଟି ଟଙ୍କା ଓ ୫୭୮ କୋଟି ଟଙ୍କା ରହିଛି। ଉଭୟ ପକ୍ଷରେ ପ୍ରାୟ ୨୧% ବୃଦ୍ଧି ତ୍ରୈମାସିକ ଭିତ୍ତିରେ ହୋଇଛି। କମ୍ପାନୀ ୩,୨୯୬କୋଟି ଟଙ୍କାର ମୋଟ ଋଣ ଏବଂ ମୋଟ ଋଣ-ଇକ୍ୱିଟି ଅନୁପାତ ପ୍ରାୟ ୦.୨୩ ସହ ଏକ ସୁଦୃଢ଼ ବାଲାନ୍ସ ସିଟ୍ ବଜାୟ ରଖିଛି। ଏକୀକୃତ ଏବିଆଇଟିଡିଏ ୯,୪୩୦ କୋଟି ଟଙ୍କା ଥିବାବେଳେ ଟିକସ ପରବର୍ତ୍ତୀ ଲାଭ ୬୪୬ କୋଟି ଟଙ୍କା ରେକର୍ଡ କରାଯାଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍ଲେସ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଫେରୋ ନିକେଲ ଉପରେ ସୀମା ଶୁଳ୍କ ହଟାଇଥିବାରୁ ଆମେ ସମଗ୍ର ଶିଳ୍ପଜଗତ ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। କାରଣ ଏହା ଘରୋଇ ଶିଳ୍ପର ପ୍ରତିଦ୍ୱନ୍ଦ୍ୱିତାରେ ବେଶ୍ ସହାୟକ ହେବ। ଏପରିକି ପ୍ରଥମ ତ୍ରୈମାସରେ ଆମର ସାମ୍ପ୍ରତିକ ସମ୍ପ୍ରସାରଣ ଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉପରେ କମ୍ପାନୀର ବିଶେଷ ଧ୍ୟାନ ରହିଥିଲା। କ୍ରୋମେନି ଅଧିଗ୍ରହଣ ମାଧ୍ୟମରେ ଆମ ଉତ୍ପାଦ ବର୍ଗର କୋଲ୍ଡ ରୋଲ୍ଡ କ୍ଷମତା ଯୋଡ଼ିବା,ମାନକୀକରଣ କ୍ଷେତ୍ରରେ ସରକାରଙ୍କ ପ୍ରଗତିଶୀଳ ପଦକ୍ଷେପ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମର ଯୋଜନାବଦ୍ଧ କୋ-ବ୍ରାଣ୍ଡିଂ ସ୍କିମ୍ ଆମ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି। ଷ୍ଟେନ୍ଲେସ୍ ଷ୍ଟିଲ୍ର ନିମ୍ନ ବ୍ୟବହାର ଅବଧି ଖର୍ଚ୍ଚ ଏବଂ ହାଲୁକା ଓଜନ ଗୁଣ ସମ୍ପର୍କରେ ବଢୁଥିବା ସଚେତନତାକୁ ଦୃଷ୍ଟିରେ ରଖି ଆମେ ସାରା ଆର୍ଥତ୍କ ବର୍ଷରେ କମ୍ପାନୀର ଅଭିବୃଦ୍ଧି ସମ୍ଭାବନାକୁ ନେଇ ନିଶ୍ଚିତ ରହିଛୁ।
The post ଜେଏସ୍ଏଲ୍ର ତ୍ରୈମାସିକ ଫଳାଫଳ appeared first on Dharitri Odia News.