ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି। କେବଳ ଏତିକି ନୁହେଁ, ଦୁହେଁ ବିକ୍ରେତାଙ୍କ ବିରୋଧରେ ଆଇନଗତ ମାମଲା ଦାୟର କରିଛନ୍ତି। ପାଣି ଅସୁବିଧା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତି ନିଜ ଝିଅ ମାଳତୀ ମେରିଙ୍କ ସହ ଅନ୍ୟ ଏକ ଘରକୁ ଶିପ୍ଟ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ତାଙ୍କର ଆଉ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରିୟଙ୍କା ଏବଂ […] The post ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା appeared first on Dharitri Odia News.

ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି। କେବଳ ଏତିକି ନୁହେଁ, ଦୁହେଁ ବିକ୍ରେତାଙ୍କ ବିରୋଧରେ ଆଇନଗତ ମାମଲା ଦାୟର କରିଛନ୍ତି। ପାଣି ଅସୁବିଧା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତି ନିଜ ଝିଅ ମାଳତୀ ମେରିଙ୍କ ସହ ଅନ୍ୟ ଏକ ଘରକୁ ଶିପ୍ଟ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ତାଙ୍କର ଆଉ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କାର୍ଯ୍ୟ ଚାଲିଛି।
ପ୍ରିୟଙ୍କା ଏବଂ ନିକ ସେପ୍ଟେମ୍ବର ୨୦୧୯ରେ ୨୦ ମିଲିୟନ ଡଲାର ଅର୍ଥାତ୍‌ ୧୬୬ କୋଟି ଟଙ୍କାରେ ବିଳାସପୂର୍ଣ୍ଣ ଏହି ଘର କିଣିଥିଲେ। ମେ ୨୦୨୩ରେ ଏହି ଘରକୁ ନେଇ ଏକ ମକଦ୍ଦମା ଦାୟର କରାଯାଇଥିଲା। କପିରେ ଦର୍ଶାଯାଇଛି ଯେ, ଦମ୍ପତି ଘର କିଣିବା ପରେ ସେମାନେ ପୁଲ୍‌ ଏବଂ ସ୍ପା ଅଞ୍ଚଳରେ ୱାଟର ପ୍ରୁଫିଂ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଠାରେ ରହିବା ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ବିପଜ୍ଜନକ ହୋଇପଡିଛି। ତେଣୁ କ୍ଷତିପୂରଣ ଦିଆଯିବା ଉଚିତ୍‌ ବୋଲି ସେ ଦାବି କରିଥିଲେ। ସମସ୍ୟାର ସମ୍ମୁଖୀନ ହେବା ପରେ ଏହି ଦମ୍ପତି ସେମାନଙ୍କର ଅନ୍ୟ ଏକ ଘରକୁ ଯାଇଛନ୍ତି।

The post ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା appeared first on Dharitri Odia News.