ନକଲି ନୋଟ ଆତଙ୍କ: ନୂଆ କରେନ୍ସି ନୋଟ ଜାରି କରିବ ପାକିସ୍ତାନ…
ଇସଲାମାବାଦ,୩୦।୧ : ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ଏବଂ ସରକାରୀ ନୀତି ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ନୂଆ କରେନ୍ସି ନୋଟ ଜାରି କରିବ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ପାକିସ୍ତାନ ଘୋଷଣା କରିଛି ଶୀଘ୍ର ନୂଆ ନୋଟ ଜାରି କରାଯିବ ଯେଉଁଥିରେ ସୁରକ୍ଷା ବୈଶିଷ୍ଟ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ହେବ। କୁହାଯାଇଛି ବର୍ତ୍ତମାନ ପାକିସ୍ତାନ ନଗଦ ସଙ୍କଟ ଦେଇ ଗତି କରୁଛି। ଏହାର ଏକ ମୁଖ୍ୟ କାରଣ ହେଉଛି ନକଲି […] The post ନକଲି ନୋଟ ଆତଙ୍କ: ନୂଆ କରେନ୍ସି ନୋଟ ଜାରି କରିବ ପାକିସ୍ତାନ… appeared first on Dharitri Odia News.
ଇସଲାମାବାଦ,୩୦।୧ : ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ଏବଂ ସରକାରୀ ନୀତି ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ନୂଆ କରେନ୍ସି ନୋଟ ଜାରି କରିବ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ପାକିସ୍ତାନ ଘୋଷଣା କରିଛି ଶୀଘ୍ର ନୂଆ ନୋଟ ଜାରି କରାଯିବ ଯେଉଁଥିରେ ସୁରକ୍ଷା ବୈଶିଷ୍ଟ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ହେବ।
କୁହାଯାଇଛି ବର୍ତ୍ତମାନ ପାକିସ୍ତାନ ନଗଦ ସଙ୍କଟ ଦେଇ ଗତି କରୁଛି। ଏହାର ଏକ ମୁଖ୍ୟ କାରଣ ହେଉଛି ନକଲି ନୋଟ, ଯାହାର ଅନଭିଜ୍ଞ ବ୍ୟବହାର ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଉଛି। ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ଗଭର୍ନର ଜମିଲ ଅହମ୍ମଦ କହିଛନ୍ତି ଏହି ନୂଆ ନୋଟରେ ଅନ୍ତର୍ଜାତୀୟ ସ୍ତରର ସୁରକ୍ଷା ବୈଶିଷ୍ଟ୍ୟ ରହିବ। ଏହା ବ୍ୟତୀତ ସେମାନଙ୍କର ଡିଜାଇନ ମଧ୍ୟ ପରିବର୍ତ୍ତନ ହୋଇ ଆଧୁନିକ ହେବ ।
ପାକିସ୍ତାନର ଲୋକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥି ପାଇଁ ଧୀରେ ଧୀରେ ଏହି ସବୁ ପରିବର୍ତ୍ତନ କରାଯିବ ବୋଲି ଗଭର୍ନର କହିଛନ୍ତି। ସେ କହିଛନ୍ତି କିଛି ଦେଶରେ ନୋଟ ବିନିମୟ ସମୟରେ ସମସ୍ୟା ଦେଖାଦେଇଛି। ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି।
The post ନକଲି ନୋଟ ଆତଙ୍କ: ନୂଆ କରେନ୍ସି ନୋଟ ଜାରି କରିବ ପାକିସ୍ତାନ… appeared first on Dharitri Odia News.