ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍: ମସ୍କ
ଓ୍ବାଶିଂଟନ, ୨୦।୨: ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍ ଓ୍ବିଲ୍ମୋର ଗତ ପ୍ରାୟ ୧୦ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ସୁନୀତାଙ୍କୁ ବିଭିନ୍ନ ରାଜନୈତିକ କାରଣରୁ ବାଇଡେନ୍ ପ୍ରଶାସନ ମହାକାଶରେ ଛାଡ଼ି ଦେଇଥିବା ନେଇ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପରାମର୍ଶଦାତା ତଥା ସ୍ପେସ୍ ଏକ୍ସ’ ପ୍ରତିଷ୍ଠାତା ଏଲନ ମସ୍କ ଏକ ଆମେରିକୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କହିଛନ୍ତି। ଏହି […] The post ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍: ମସ୍କ appeared first on Dharitri Odia News.
ଓ୍ବାଶିଂଟନ, ୨୦।୨: ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍ ଓ୍ବିଲ୍ମୋର ଗତ ପ୍ରାୟ ୧୦ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ସୁନୀତାଙ୍କୁ ବିଭିନ୍ନ ରାଜନୈତିକ କାରଣରୁ ବାଇଡେନ୍ ପ୍ରଶାସନ ମହାକାଶରେ ଛାଡ଼ି ଦେଇଥିବା ନେଇ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପରାମର୍ଶଦାତା ତଥା ସ୍ପେସ୍ ଏକ୍ସ’ ପ୍ରତିଷ୍ଠାତା ଏଲନ ମସ୍କ ଏକ ଆମେରିକୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କହିଛନ୍ତି। ଏହି ସାକ୍ଷାତ୍କାରରେ ଟ୍ରମ୍ପ୍ କହିଛନ୍ତି, ବାଇଡେନ୍ ପ୍ରଶାସନ ସୁନୀତାଙ୍କୁ ମହାକାଶରେ ଫସାଇ ଦେଇଥିଲେ। ଟ୍ରମ୍ପ୍ଙ୍କୁ ମସ୍କ ସମର୍ଥନ ଜଣାଇ କହିଛନ୍ତି, ଆମେରିକାର ପୂର୍ବ ପ୍ରଶାସନ ସମୟରେ ସୁନୀତାଙ୍କୁ ମହାକାଶ ପଠାଯାଇଥିବା ବେଳେ ତାଙ୍କର ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ବିଶେଷ ଉଦ୍ୟମ ହୋଇ ନ ଥିଲା। ସୁନୀତା ଏବଂ ବୁଚ୍ଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ନେଇ ପଚରାଯିବାରୁ ମସ୍କ କହଛନ୍ତି, ପୂର୍ବରୁ ବହୁବାର ଆଇଏସ୍ଏସ୍ରୁ ମହାକାଶଯାତ୍ରୀଙ୍କୁ ସଫଳତାର ସହ ଫେରାଇ ଅଣାଯାଇଛି। ଏଥିରେ କିଛି ନୂତନତ୍ତ୍ୱ ନାହିଁ। ଆଉ ୪ ସପ୍ତାହ ମଧ୍ୟରେ ଉଭୟ ସୁନୀତା ଏବଂ ବୁଚ୍ଙ୍କୁ ପୃଥିବୀ ଫେରାଇ ଅଣାଯିବାର ମିଶନ ସଫଳ ହେବ। ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଅନୁରୋଧ କ୍ରମେ ସ୍ପେସ୍ ଏକ୍ସ’ ଏବଂ ନାସା ପକ୍ଷରୁ ଉଭୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ଗତିଶୀଳ କରାଯାଇଛି। ବାଇଡେନ୍ ପ୍ରଶାସନ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ହାସ୍ୟାସ୍ପଦ ଭାବେ ସ୍ଥଗିତ କରି ରଖିଥିଲେ ବୋଲି ମସ୍କ କହିଛନ୍ତି। ଏହା ସାକ୍ଷାତ୍କାରରେ ଟ୍ରମ୍ପ୍ ଦାବି କରି କହିଛନ୍ତି, ସୁନୀତା ଏବଂ ବୁଚ୍ଙ୍କୁ ଫେରାଇ ଆଣିବା ପାଇଁ ବାଇଡେନ୍ଙ୍କ ପ୍ରଶାସନ ମସ୍କଙ୍କର କମ୍ପାନୀ ସ୍ପେସ୍ ଏକ୍ସ’କୁ ଗ୍ରୀନ୍ ସିଗନାଲ ଦେଇ ନ ଥିଲେ। ପ୍ରକାଶ ଯେ, ୨୦୨୪ ଜୁନ୍ରେ ଉଭୟ ସୁନୀତା ଏବଂ ବୁଚ୍ ଏକ ୮ ଦିନିଆ ମିଶନରେ ଆଇଏସ୍ଏସ୍ ଯାଇଥିବାବେଳେ ବୋଇଂ ଏୟାରଲାଇନ୍ସ କ୍ୟାପ୍ଶୁଲରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ସେମାନେ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ।
The post ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍: ମସ୍କ appeared first on Dharitri Odia News.