ଏମ୍ଏଲ୍ସି ନିର୍ବାଚନ ଲଢ଼ିବେ ରାବ୍ରି, ପ୍ରାର୍ଥୀ ଘୋଷଣା କଲା ଆର୍ଜେଡି
ପାଟନା,୮।୩: ବିହାରରେ ମାର୍ଚ୍ଚ ୧୧ରେ ହେବାକୁ ଥିବା ବିଧାନ ପରିଷଦ(ଏମ୍ଏଲ୍ସି) ନିର୍ବାଚନ ଲାଗି ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲବରୀ ସିଦ୍ଧିକିଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାର ଅନ୍ୟମାନଙ୍କ ମଧ୍ୟରେ ଡା. ଉର୍ମିଳା ଠାକୁର, ଶଶି ଯାଦବ(ସିପିଆଇ-ଏମ୍ଏଲ୍) ଏବଂ ଫୈଶଲ ଅଲି ପ୍ରମୁଖ ଅଛନ୍ତି। ଏମଏଲ୍ସି ନିର୍ବାଚନର ନାମାଙ୍କନ ଲାଗି ମାର୍ଚ୍ଚ ୧୧ ହେଉଛି ଶେଷ ତାରିଖ। ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ଲାଗି ବିଧାନସଭାର […] The post ଏମ୍ଏଲ୍ସି ନିର୍ବାଚନ ଲଢ଼ିବେ ରାବ୍ରି, ପ୍ରାର୍ଥୀ ଘୋଷଣା କଲା ଆର୍ଜେଡି appeared first on Dharitri Odia News.
ପାଟନା,୮।୩: ବିହାରରେ ମାର୍ଚ୍ଚ ୧୧ରେ ହେବାକୁ ଥିବା ବିଧାନ ପରିଷଦ(ଏମ୍ଏଲ୍ସି) ନିର୍ବାଚନ ଲାଗି ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲବରୀ ସିଦ୍ଧିକିଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାର ଅନ୍ୟମାନଙ୍କ ମଧ୍ୟରେ ଡା. ଉର୍ମିଳା ଠାକୁର, ଶଶି ଯାଦବ(ସିପିଆଇ-ଏମ୍ଏଲ୍) ଏବଂ ଫୈଶଲ ଅଲି ପ୍ରମୁଖ ଅଛନ୍ତି।
ଏମଏଲ୍ସି ନିର୍ବାଚନର ନାମାଙ୍କନ ଲାଗି ମାର୍ଚ୍ଚ ୧୧ ହେଉଛି ଶେଷ ତାରିଖ। ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ଲାଗି ବିଧାନସଭାର ୨୧ଜଣ ସଦସ୍ୟଙ୍କ ଭୋଟ ଆବଶ୍ୟକ। ଏମିତିରେ ସଂଖ୍ୟାବଳ ଅନୁଯାୟୀ ଏନ୍ଡିଏ ୬ ଆସନରେ ଜିତୁଥିବା ଜଣାପଡ଼ିଛି। ମେଣ୍ଟର ୫ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି।
କହିରଖୁଛୁ, ବିହାର ବିଧାନସଭା ସଦସ୍ୟମାନେ ୨୧ ମାର୍ଚ୍ଚରେ ଭୋଟ ଦେବେ। କିନ୍ତୁ ଭୋଟ ଗଣନା ୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ତେବେ ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ପାଇଁ ବିଧାନସଭାର ୨୧ ଜଣ ସଦସ୍ୟଙ୍କ ସମର୍ଥନ ଏବଂ ଭୋଟ ଆବଶ୍ୟକ। ବିହାର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ଅନୁଯାୟୀ ଏନଡିଏ ପ୍ରାର୍ଥୀମାନେ ୬ଟି ସିଟ ଏବଂ ପାଞ୍ଚଟି ଆସନରେ ମେଣ୍ଟ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି।
The post ଏମ୍ଏଲ୍ସି ନିର୍ବାଚନ ଲଢ଼ିବେ ରାବ୍ରି, ପ୍ରାର୍ଥୀ ଘୋଷଣା କଲା ଆର୍ଜେଡି appeared first on Dharitri Odia News.