ମହାକୁମ୍ଭ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି…
ନୂଆଦିଲ୍ଲୀ୨୯।୧: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି। ଏହି ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଜୀଙ୍କ ସହ କଥା ହୋଇଛି ଏବଂ ମୁଁ ନିରନ୍ତର […] The post ମହାକୁମ୍ଭ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି… appeared first on Dharitri Odia News.
ନୂଆଦିଲ୍ଲୀ୨୯।୧: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି। ଏହି ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଜୀଙ୍କ ସହ କଥା ହୋଇଛି ଏବଂ ମୁଁ ନିରନ୍ତର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛି।
प्रयागराज महाकुंभ में हुआ हादसा अत्यंत दुखद है। इसमें जिन श्रद्धालुओं ने अपने परिजनों को खोया है, उनके प्रति मेरी गहरी संवेदनाएं। इसके साथ ही मैं सभी घायलों के शीघ्र स्वस्थ होने की कामना करता हूं। स्थानीय प्रशासन पीड़ितों की हरसंभव मदद में जुटा हुआ है। इस सिलसिले में मैंने…
— Narendra Modi (@narendramodi) January 29, 2025
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ ଚାରି ଥର କଥା ହୋଇଥିଲେ। ଆହତମାନଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପଠାଇବା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଫୋନ କରି କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି।
The post ମହାକୁମ୍ଭ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଲେଖିଲେ ଏମିତି… appeared first on Dharitri Odia News.