ଶକ୍ତି ସଂରକ୍ଷଣ ପାଇଁ ଲିଖିତ କୁଇଜ୍ ପ୍ରତିଯୋଗିତା
ଲକ୍ଷ୍ମୀପୁର ୦୧/୧୨ ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଦିବସ ପାଳନ ପାଇଁ ବ୍ଲକ୍ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଯୋଗିତାରେ ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ଯଥା ବୁର୍ଜା, କାକିରିଗୁମା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୌଡ଼ଗୁଡା ଓ ଲକ୍ଷ୍ମୀପୁର, କାଣୀମୁସା, ବଡସଂଖା,ଡୁମୁରି ପଦର୍ ଓ ଖାଲକଣା ଆଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୦ ଜଣ ପ୍ରତିଯୋଗୀ ଯୋଗ ଦେଇ ଥିଲେ। ପ୍ରତିଯୋଗିତା କୁ ପ୍ରଧାନ […] The post ଶକ୍ତି ସଂରକ୍ଷଣ ପାଇଁ ଲିଖିତ କୁଇଜ୍ ପ୍ରତିଯୋଗିତା appeared first on Odisha.News.

ଲକ୍ଷ୍ମୀପୁର ୦୧/୧୨ ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଦିବସ ପାଳନ ପାଇଁ ବ୍ଲକ୍ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଯୋଗିତାରେ ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ଯଥା ବୁର୍ଜା, କାକିରିଗୁମା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୌଡ଼ଗୁଡା ଓ ଲକ୍ଷ୍ମୀପୁର, କାଣୀମୁସା, ବଡସଂଖା,ଡୁମୁରି ପଦର୍ ଓ ଖାଲକଣା ଆଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୦ ଜଣ ପ୍ରତିଯୋଗୀ ଯୋଗ ଦେଇ ଥିଲେ। ପ୍ରତିଯୋଗିତା କୁ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଓ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିବା ବେଳେ ଏ ବି ଇ ଓ ପ୍ରିୟମ୍ବଦା ପାତ୍ର ଓ ବିଭୂତି ଭୂଷଣ ଟାକ୍ରି ଉପସ୍ଥିତ ଥିଲେ। ପ୍ରତିଯୋଗିତା ରେ ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶାଶ୍ବତ ପଟ୍ଟନାୟକ ପ୍ରଥମ, କୁସୁମଗୁଡା ଉଚ୍ଚ ବିଦ୍ୟାଳୟ ର ପବିସନ୍ ମିନିୟକା ଦ୍ୱିତୀୟ ଓ ୟୁ ଏ ଏନ ରାଜୁ ବାଳିକା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର ର ଦଶମ ଶ୍ରେଣୀ ଛାତ୍ରୀ ଚଞ୍ଚଳା ମାଝି ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ପୁରସ୍କାର ରାଶି ଯଥା କ୍ରମେ ୭୦୦,୫୦୦ ଓ ୩୦୦ ଟଙ୍କା ଗ୍ରହଣ କରିଥିଲେ। ଯୋଗ୍ୟ ବିବେଚିତ ପ୍ରତିଯୋଗୀ ଆସନ୍ତା ଆଠ ତାରିଖ ଦିନ ବାଳିକା ଉଚ୍ଚ ବିଦ୍ୟାଳୟ,କୋରାପୁଟ ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଯୋଗ ଦେବେ।
The post ଶକ୍ତି ସଂରକ୍ଷଣ ପାଇଁ ଲିଖିତ କୁଇଜ୍ ପ୍ରତିଯୋଗିତା appeared first on Odisha.News.