ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ପ୍ରକାଶ ଥାଉକି, ଗତ ୧୭ ତାରିଖରେ ଭୁବନେଶ୍ୱରପୁର ବଜାରରେ ମୃତ ପୂର୍ଣ୍ଣଚନ୍ଦ୍ର ସାହୁ (୬୫) ଓ ମହାଦେବ ବରିହାଙ୍କ ମଧ୍ୟରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଦୁହେଁ ସାଙ୍ଗ ହୋଇ ଘରକୁ ଯିବା ପାଇଁ ବାହାରିଥିଲେ। ଘରକୁ ଫେରିବା ବାଟରେ ମହାଦେବ ରାଗରେ […] The post ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା appeared first on Dharitri Odia News.

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି।

ପ୍ରକାଶ ଥାଉକି, ଗତ ୧୭ ତାରିଖରେ ଭୁବନେଶ୍ୱରପୁର ବଜାରରେ ମୃତ ପୂର୍ଣ୍ଣଚନ୍ଦ୍ର ସାହୁ (୬୫) ଓ ମହାଦେବ ବରିହାଙ୍କ ମଧ୍ୟରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଦୁହେଁ ସାଙ୍ଗ ହୋଇ ଘରକୁ ଯିବା ପାଇଁ ବାହାରିଥିଲେ। ଘରକୁ ଫେରିବା ବାଟରେ ମହାଦେବ ରାଗରେ ଗୋଟିଏ ପଥରରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଛେଚି ମାରି ଦେଇ ନିଜ ଘରକୁ ଫେରିଥିଲେ। ପୂର୍ଣ୍ଣଚନ୍ଦ୍ର ଘରକୁ ନ ଫେରିବାରୁ ତାଙ୍କ ପୁଅ ହୀରାଚନ୍ଦ ସାହୁ ପାଇକମାଳ ଥାନାରେ ଏନେଇ ଅଭିଯୋଗ କରିଥିଲେ। ୧୮ ତାରିଖରେ ପୁଣି ଥରେ ହୀରାଚନ୍ଦ ପାଇକମାଳ ଥାନାକୁ ଯାଇ ପୋଲିସକୁ ଖବର ଦେଇଥିଲେ ଯେ, ଭୁବନେଶ୍ୱରପୁରରୁ ଚେରିମୁଣ୍ଡା ଯିବାର ରାସ୍ତାରୁ ୧୫୦ ମିଟର ଦୂରରେ ଥିବା ଏକ ମହୁଲ ଗଛ ତଳେ ମୋ’ ବାପାଙ୍କ ମୃତଦେହ ପଡ଼ିଛି।

ମିଳିଥିବା ଅଭିଯୋଗ ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ୍‌ ଦଳ ଓ ଅନୁସନ୍ଧାନୀ କୁକୁର ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିଲେ। ଅନୁସନ୍ଧାନୀ କୁକୁର ସିଧାସଳଖ ମହାଦେବଙ୍କ ଘରକୁ ଯାଇ ତାଙ୍କୁ ଧରିଥିଲା। ଏନେଇ ପାଇକମାଳ ଥାନାରେ କେସ୍‌ ନଂ ୧୦୫/୨୪ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ମୃତକଙ୍କ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁରକୁ ପଠାଯାଇଥିବା ବେଳେ ଅଭିଯୁକ୍ତ ମହାଦେବଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ସୂଚନା ଦେଇଛନ୍ତି।

The post ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା appeared first on Dharitri Odia News.