୧.୮ କି.ମି. ଯିବାକୁ ୭୦୦ ଟଙ୍କା ଭଡ଼ା
ନୂଆଦିଲ୍ଲୀ: ସମ୍ପତି ଭାରତର ଅନେକ ସହରରେ ଯାତାୟତ ପାଇଁ ବିଭିନ୍ନ ରାଇଡିଂ ଆପ୍କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଯାତ୍ରୀ ଅତି ସହଜରେ ଗାଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁଛନ୍ତି। ଯାତାୟତର ଉକ୍ତ ମାଧ୍ୟମ ଅନ୍ୟ ମାଧ୍ୟମଗୁଡ଼ିକଠାରୁ ସାମାନ୍ୟ ଅଧିକ ଭଡ଼ା ନେଉଥିଲେ ମଧ୍ୟ ଏହା ଯାତ୍ରୀମାନଙ୍କ ପାଇଁ ବେଶ୍ ଆରାମଦାୟକ ରହିଥାଏ। ତେବେ ଯେତେବେଳେ ଏହି ରାଇଡିଂ ଆପ୍ ଗୁଡ଼ିକର ଚାହିଦା ଅଧିକ ଥାଏ, ସେତେବେଳେ ଏହାର ଭଡା ମଧ୍ୟ ଯଥେଷ୍ଟ ମାତ୍ରାରେ […] The post ୧.୮ କି.ମି. ଯିବାକୁ ୭୦୦ ଟଙ୍କା ଭଡ଼ା appeared first on Dharitri Odia News.
ନୂଆଦିଲ୍ଲୀ: ସମ୍ପତି ଭାରତର ଅନେକ ସହରରେ ଯାତାୟତ ପାଇଁ ବିଭିନ୍ନ ରାଇଡିଂ ଆପ୍କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଯାତ୍ରୀ ଅତି ସହଜରେ ଗାଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁଛନ୍ତି। ଯାତାୟତର ଉକ୍ତ ମାଧ୍ୟମ ଅନ୍ୟ ମାଧ୍ୟମଗୁଡ଼ିକଠାରୁ ସାମାନ୍ୟ ଅଧିକ ଭଡ଼ା ନେଉଥିଲେ ମଧ୍ୟ ଏହା ଯାତ୍ରୀମାନଙ୍କ ପାଇଁ ବେଶ୍ ଆରାମଦାୟକ ରହିଥାଏ। ତେବେ ଯେତେବେଳେ ଏହି ରାଇଡିଂ ଆପ୍ ଗୁଡ଼ିକର ଚାହିଦା ଅଧିକ ଥାଏ, ସେତେବେଳେ ଏହାର ଭଡା ମଧ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଥାଏ। ଫଳରେ ଯାତ୍ରୀମାନେ ଅସୁବିଧାରେ ପଡ଼ିଥାନ୍ତି। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଲିଙ୍କ୍ଡିନ୍’ରେ ଜଣେ ବ୍ୟକ୍ତି ଏହି ସମ୍ବନ୍ଧୀୟ ଏକ ପୋଷ୍ଟ କରିଛନ୍ତି, ଯାହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିତର୍କ ଆରମ୍ଭ କରିଛି।
ମ୍ୟାନେଜ୍ମେଣ୍ଟ ପ୍ରଫେସ୍ନାଲ ସୂର୍ଯ୍ୟ ପାଣ୍ଡେ ନାମକ ଜଣେ ବ୍ୟକ୍ତି ‘ଲିଙ୍କ୍ଡିନ୍’ରେ ଏକ ପୋଷ୍ଟ କରି ଭାରତରେ ପ୍ରଚଳିତ ଅନ୍ଲାଇନ କ୍ୟାବ ସେବାକୁ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ବିଡମ୍ବନାର ବିଷୟ ହେଉଛି ଯେଉଁ ସମସ୍ୟାର ସମାଧାନ ପାଇଁ ଓଲା, ଉବର ଓ ରାପିଡୋ ଭଳି ଅନଲାଇନ୍ ରାଇଡିଂ ସେବା ଭାରତରେ ଆରମ୍ଭ ହୋଇଥିଲା, ଏବେ ତାହା ଗ୍ରାହକଙ୍କ ପାଇଁ ସବୁଠୁ ବଡ ସମସ୍ୟାରେ ପରିଣତ ହୋଇଛି। ସେ ନିଜ ପୋଷ୍ଟରେ ଏକ ସ୍କ୍ରିନ୍ସଟ୍ ମଧ୍ୟ ସେୟାର କରଛନ୍ତି, ଯେଉଁଥିରେ ମାତ୍ର ୧.୮ କିଲୋମିଟର ରାସ୍ତା ପାଇଁ ଉବର କ୍ୟବ୍ ଭଡା ୬୯୯ ଟଙ୍କା ରହିଛି। ଭାରତରେ ଅନଲାଇନ୍ ରାଇଡିଂ ସେବା ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଯାତାୟାତ ସେବା ଯୋଗାଇଦେବାକୁ ଆରମ୍ଭ କରାଯାଇଥିଲା। ତେବେ ସବୁଠୁ ଦରକାର ଥିବା ସମୟରେ ଉକ୍ତ ଆପଗୁଡ଼ିକ ୩୦୦% ଅଧିକ ଭଡ଼ା ନେଉଥିବା ସୂର୍ଯ୍ୟ କହିଛନ୍ତି।
The post ୧.୮ କି.ମି. ଯିବାକୁ ୭୦୦ ଟଙ୍କା ଭଡ଼ା appeared first on Dharitri Odia News.