କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍‌

ନୂଆଦିଲ୍ଲୀ,୧୭।୫:ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ଔଷଧ ଶସ୍ତା ହୋଇଛି। କେନ୍ଦ୍ର ସରକାର ଏହିସବୁ ଔଷଧ ଗୁଡିକର ନୂତନ ମୂଲ୍ୟ ସ୍ଥିର କରିଛନ୍ତି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ଏହାର ୧୨୩ତମ ବୈଠକରେ ୪୧ ଔଷଧ ତଥା ୭ଟି ଫର୍ମୁଲେଶନର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ ବିଭିନ୍ନ କମ୍ପାନୀର ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରାଯାଇଥିଲା। ଏଥିମଧ୍ୟରେ ମଲ୍ଟିଭାଇଟାମିନ ଏବଂ ଆଣ୍ଟିବାୟୋଟିକ ମଧ୍ୟ ସାମିଲ ଅଛି। ଏହି […] The post କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍‌ appeared first on Dharitri Odia News.

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍‌

ନୂଆଦିଲ୍ଲୀ,୧୭।୫:ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ଔଷଧ ଶସ୍ତା ହୋଇଛି। କେନ୍ଦ୍ର ସରକାର ଏହିସବୁ ଔଷଧ ଗୁଡିକର ନୂତନ ମୂଲ୍ୟ ସ୍ଥିର କରିଛନ୍ତି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ଏହାର ୧୨୩ତମ ବୈଠକରେ ୪୧ ଔଷଧ ତଥା ୭ଟି ଫର୍ମୁଲେଶନର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ ବିଭିନ୍ନ କମ୍ପାନୀର ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରାଯାଇଥିଲା। ଏଥିମଧ୍ୟରେ ମଲ୍ଟିଭାଇଟାମିନ ଏବଂ ଆଣ୍ଟିବାୟୋଟିକ ମଧ୍ୟ ସାମିଲ ଅଛି। ଏହି ସୂଚନା ପ୍ରଦାନ କରି ଏନ୍‌ପିପିଏ ଏକ ବିଜ୍ଞପ୍ତି ଜାରି କରିଛି।
ସାଧାରଣତଃ ସଂକ୍ରମଣ, ଆଲର୍ଜି ବ୍ୟତୀତ ମଲ୍ଟିଭାଇଟାମିନ ଏବଂ ଆଣ୍ଟିବାୟୋଟିକ ମୂଲ୍ୟ ଅଧିକ।ଏହି କାରଣରୁ ସାଧାରଣ ଚିକିତ୍ସାର ମୂଲ୍ୟ ମଧ୍ୟ ବଢିଥାଏ। ତେଣୁ ଔଷଧ ଶସ୍ତା ହେଲେ ଲୋକମାନେ ଆରାମ ପାଇବେ। ଫେବୃଆରୀରେ ଏନ୍‌ପିପିଏ ସୁଗାର ଏବଂ ବିପି ସମେତ ୬୯ ଔଷଧର ମୂଲ୍ୟ ସଂଶୋଧନ କରି ନୂତନ ମୂଲ୍ୟ ଲାଗୁ କରିଥିଲା। ଏଥିରେ ୩୧ଟି ଫର୍ମୁଲେଶନ ଔଷଧ ମଧ୍ୟ ସାମିଲ ଅଛି। ଏହି କ୍ରମରେ ମେଟଫର୍ମିନ, ସାଇଟାଗ୍ଲିପଟିନ, ବିସୋପ୍ରୋଲଲ ବ୍ୟତୀତ ଭିଟାମିନ ଡି୩, ପାଣ୍ଟୋପ୍ରାଜୋଲ, ଟେଲମିସାର୍ଟାନ, ଇସୋନିଆଜିଡ ଭଳି ଔଷଧ ସାମିଲ ଅଛି।
ଦେଶରେ ୧୦ କୋଟିରୁ ଅଧିକ ଲୋକ ମଧୁମେହରେ ପୀଡିତ ଏବଂ ୮ କୋଟିରୁ ଅଧିକ ଲୋକ ବ୍ଲଡପ୍ରେସର ରୋଗରେ ପୀଡିତ ଅଛନ୍ତି। ଏଗୁଡିକ ବ୍ୟତୀତ ଗ୍ୟାସ, ଭିଟାମିନ ଡି କିମ୍ବା ଅନ୍ୟାନ୍ୟ ଭିଟାମିନ ଅଭାବ ହେତୁ ପ୍ରତିବର୍ଷ ଔଷଧର ବ୍ୟବସାୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆକଳନ ଅନୁଯାୟୀ, ଏନ୍‌ପିପିଏର ଏହି ନିଷ୍ପତ୍ତି ୩୦ କୋଟିରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଆରାମ ପାଇବେ।

The post କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍‌ appeared first on Dharitri Odia News.