ଜଳି ଜଳି ଜୀବନ ବଞ୍ଚାଇବାକୁ ଦୌଡି ଆସିଥିଲା ପୀଡିତା, ପ୍ରତ୍ୟେକ୍ଷଦର୍ଶୀ କହିଲେ ସାଂଘାତିକ କଥା
ପୁରୀ ୧୯/୦୭: ବାଲେଶ୍ୱର ପରେ ବଳଙ୍ଗା ଘଟଣା । ଯାହାକୁ ନେଇ ଦୋହଲି ପଡିଛି ସାରା ରାଜ୍ୟ । ତେବେ ବଲଙ୍ଗାରେ ହୋଇଥିବା ହୃଦୟ ବିଦାରକ ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ କରିଛନ୍ତି ସାଂଘାତିକ ଖୁଲାସା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ଆସିଥିଲା ଆମ ଘରକୁ । ସେ ସକାଳୁ ବସି ଘରେ ଚା' ପିଉଥିଲେ । ହଠାତ୍ ଜଳି ଜଳି ତାଙ୍କ ଘରକୁ ଆସିଥିଲା ଝିଅଟି । ହାତ ଯୋଡି କହିଥିଲା ମୋତେ ଟିକେ ବଞ୍ଚାଇ ଦିଅନ୍ତୁ । ମୋର ତଣ୍ଟି ଶୁଖିଯାଉଛି, ଟିକେ ପାଣି ଦିଅ । ପ୍ରତ୍ୟକ୍ଷଦର୍ଶୀ ହଠାତ୍ ପଚାରିଲେ ତୋର ଏପରି ଅବସ୍ଥା କଲା କିଏ । ଝିଅଟି କହିଥିଲା ମୁଁ ଯାଉଥିଲି, ୩ ଜଣ ବାଇକରେ ଆସି ମୋ ନାକରେ ରୁମାଲ ଦେଇ ମୋତେ ଟେକିନେଇଥିଲେ । ଆଉ ନଦୀ ପଠାକୁ ଟେକିନେଇ ଏପରି ଅବସ୍ଥା କରିଥିଲେ । ପୀଡିତା ଝିଅଟି କହୁଥିଲା ଘଟଣା ଘଟାଇଥିବା ଦୁର୍ବୃତ୍ତଙ୍କୁ ସେ ଚିହ୍ନି ନାହିଁ । ସଂଗେ ସଂଗେ ପ୍ରତ୍ୟକ୍ଷଦର୍ଶୀ ଝିଅଟିକୁ ଉଦ୍ଧାର କରି ଶରୀରେ ଥିବା ପୋଡା କପଡା ଖାଡି ଅଲଗା ଖଣ୍ଡେ ପିନ୍ଧାଇଥିଲେ । ଏବେ ପୀଡିତା ଜଣଙ୍କ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପାଖାପାଖି ୭୦ ପର୍ସେଣ୍ଟ ପୋଡି ଯାଇଥିବା କହୁଛନ୍ତି ଡାକ୍ତର । ସୂଚନାଥାଉକି, ସକାଳୁ ସାଙ୍ଗ ଘରକୁ ଯାଉଥିଲା । ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ
ପୁରୀ ୧୯/୦୭: ବାଲେଶ୍ୱର ପରେ ବଳଙ୍ଗା ଘଟଣା । ଯାହାକୁ ନେଇ ଦୋହଲି ପଡିଛି ସାରା ରାଜ୍ୟ । ତେବେ ବଲଙ୍ଗାରେ ହୋଇଥିବା ହୃଦୟ ବିଦାରକ ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ କରିଛନ୍ତି ସାଂଘାତିକ ଖୁଲାସା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ଆସିଥିଲା ଆମ ଘରକୁ । ସେ ସକାଳୁ ବସି ଘରେ ଚା' ପିଉଥିଲେ । ହଠାତ୍ ଜଳି ଜଳି ତାଙ୍କ ଘରକୁ ଆସିଥିଲା ଝିଅଟି । ହାତ ଯୋଡି କହିଥିଲା ମୋତେ ଟିକେ ବଞ୍ଚାଇ ଦିଅନ୍ତୁ । ମୋର ତଣ୍ଟି ଶୁଖିଯାଉଛି, ଟିକେ ପାଣି ଦିଅ । ପ୍ରତ୍ୟକ୍ଷଦର୍ଶୀ ହଠାତ୍ ପଚାରିଲେ ତୋର ଏପରି ଅବସ୍ଥା କଲା କିଏ ।
ଝିଅଟି କହିଥିଲା ମୁଁ ଯାଉଥିଲି, ୩ ଜଣ ବାଇକରେ ଆସି ମୋ ନାକରେ ରୁମାଲ ଦେଇ ମୋତେ ଟେକିନେଇଥିଲେ । ଆଉ ନଦୀ ପଠାକୁ ଟେକିନେଇ ଏପରି ଅବସ୍ଥା କରିଥିଲେ । ପୀଡିତା ଝିଅଟି କହୁଥିଲା ଘଟଣା ଘଟାଇଥିବା ଦୁର୍ବୃତ୍ତଙ୍କୁ ସେ ଚିହ୍ନି ନାହିଁ । ସଂଗେ ସଂଗେ ପ୍ରତ୍ୟକ୍ଷଦର୍ଶୀ ଝିଅଟିକୁ ଉଦ୍ଧାର କରି ଶରୀରେ ଥିବା ପୋଡା କପଡା ଖାଡି ଅଲଗା ଖଣ୍ଡେ ପିନ୍ଧାଇଥିଲେ । ଏବେ ପୀଡିତା ଜଣଙ୍କ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପାଖାପାଖି ୭୦ ପର୍ସେଣ୍ଟ ପୋଡି ଯାଇଥିବା କହୁଛନ୍ତି ଡାକ୍ତର ।
ସୂଚନାଥାଉକି, ସକାଳୁ ସାଙ୍ଗ ଘରକୁ ଯାଉଥିଲା । ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।