'ପଞ୍ଚାୟତ-୩'କୁ ମିଳିଛି ଦର୍ଶକୀୟ ଆଦୃତି, ଜାଣନ୍ତୁ ଷ୍ଟାରକାଷ୍ଟଙ୍କ ଫି'
ମୁମ୍ଵାଇ ୧୦।୦୬; ପଞ୍ଚାୟତ’ର ପ୍ରଥମ ସିଜନ୍ ଓଟିଟି ପ୍ଲାଟଫର୍ମରେ ମୁକ୍ତି ପାଇଥିଲା ୨୦୨୦ ମସିହାରେ । ପରବର୍ତ୍ତୀ ସିଜନ୍ ଅପେକ୍ଷାରେ ଦିନ ଗଣୁଥିଲେ ଦର୍ଶକ । ପ୍ରାୟ ଦୁଇ ବର୍ଷ ପରେ ଦ୍ୱିତୀୟ ସିଜନ୍ ନେଇ ଓଟିଟି ପରଦାରେ ହାଜର ହୋଇଥିଲେ ଏହାର ନିର୍ମାତାମାନେ । ତାହା ପରଠାରୁ ତୃତୀୟ ସିରିଜ୍କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଥିଲା । ଅବଶେଷରେ ୨୦୨୪ ମେ ମାସରେ ମୁକ୍ତି ପାଇଲା ଏହାର ତୃତୀୟ ସିଜନ୍ । ପ୍ରଥମ ଦୁଇଟି ସିଜନ୍ର ସାଫଲ୍ୟ ପରେ ‘ପଞ୍ଚାୟତ ୩’ ନେଇ ଦର୍ଶକମାନେ ବେଶ୍ ଆଶାବାଦୀ ଥିଲେ । ଏହି ସିରିଜ୍ରେ ଏକା ଜିତେନ୍ଦ୍ର କୁମାର ନୁହନ୍ତି, ରଘୁବୀର ଯାଦବଙ୍କଠାରୁ ନୀନା ଗୁପ୍ତା, ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ନିଜସ୍ୱ ଜାଗା ସୃଷ୍ଟି କରିପାରିଛନ୍ତି । ଦର୍ଶକମାନେ ତୃତୀୟ ପାର୍ଟକୁ ସେତିକି ଭଲପାଇବା ଦେଇଛନ୍ତି ଯେତିକି ଏହାର ପୂର୍ବବର୍ତ୍ତୀ ୨ଟି ପର୍ବକୁ ଦେଇଥିଲେ । ସମୀକ୍ଷକମାନଙ୍କ ଅନୁସାରେ ତୃତୀୟ ପାର୍ଟ ଏହାର ପୂର୍ବର ୨ଟି ପାର୍ଟକୁ ଟପିଯାଇଛି । ତେବେ ଜାଣନ୍ତି କି ଏହି ସିଜନ୍ରେ କେତେ ଟଙ୍କା ଉପାର୍ଜନ କରିଛନ୍ତି ଏଥିରେ ଅଭିନୟ କରିଥିବା ଅଭିନେତା, ଅଭିନେତ୍ରୀମାନେ? ଚଳିତ ବର୍ଷ ଏହି ସିରିଜ୍ର ବଜେଟ୍ ଥିଲା ପ୍ରାୟ ୫୦ରୁ ୮୦ କୋଟି ଟଙ୍କା । ଉପାର୍ଜନ ଦୃଷ୍ଟିରୁ ଅନ୍ୟାନ୍ୟ ଅଭିନେତା, ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ଜିତେନ୍ଦ୍ର କୁମାର । ଶୁଣିବାକୁ ମିଳିଛି ‘ପଞ୍
ମୁମ୍ଵାଇ ୧୦।୦୬; ପଞ୍ଚାୟତ’ର ପ୍ରଥମ ସିଜନ୍ ଓଟିଟି ପ୍ଲାଟଫର୍ମରେ ମୁକ୍ତି ପାଇଥିଲା ୨୦୨୦ ମସିହାରେ । ପରବର୍ତ୍ତୀ ସିଜନ୍ ଅପେକ୍ଷାରେ ଦିନ ଗଣୁଥିଲେ ଦର୍ଶକ । ପ୍ରାୟ ଦୁଇ ବର୍ଷ ପରେ ଦ୍ୱିତୀୟ ସିଜନ୍ ନେଇ ଓଟିଟି ପରଦାରେ ହାଜର ହୋଇଥିଲେ ଏହାର ନିର୍ମାତାମାନେ । ତାହା ପରଠାରୁ ତୃତୀୟ ସିରିଜ୍କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଥିଲା । ଅବଶେଷରେ ୨୦୨୪ ମେ ମାସରେ ମୁକ୍ତି ପାଇଲା ଏହାର ତୃତୀୟ ସିଜନ୍ । ପ୍ରଥମ ଦୁଇଟି ସିଜନ୍ର ସାଫଲ୍ୟ ପରେ ‘ପଞ୍ଚାୟତ ୩’ ନେଇ ଦର୍ଶକମାନେ ବେଶ୍ ଆଶାବାଦୀ ଥିଲେ । ଏହି ସିରିଜ୍ରେ ଏକା ଜିତେନ୍ଦ୍ର କୁମାର ନୁହନ୍ତି, ରଘୁବୀର ଯାଦବଙ୍କଠାରୁ ନୀନା ଗୁପ୍ତା, ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ନିଜସ୍ୱ ଜାଗା ସୃଷ୍ଟି କରିପାରିଛନ୍ତି । ଦର୍ଶକମାନେ ତୃତୀୟ ପାର୍ଟକୁ ସେତିକି ଭଲପାଇବା ଦେଇଛନ୍ତି ଯେତିକି ଏହାର ପୂର୍ବବର୍ତ୍ତୀ ୨ଟି ପର୍ବକୁ ଦେଇଥିଲେ । ସମୀକ୍ଷକମାନଙ୍କ ଅନୁସାରେ ତୃତୀୟ ପାର୍ଟ ଏହାର ପୂର୍ବର ୨ଟି ପାର୍ଟକୁ ଟପିଯାଇଛି ।
ତେବେ ଜାଣନ୍ତି କି ଏହି ସିଜନ୍ରେ କେତେ ଟଙ୍କା ଉପାର୍ଜନ କରିଛନ୍ତି ଏଥିରେ ଅଭିନୟ କରିଥିବା ଅଭିନେତା, ଅଭିନେତ୍ରୀମାନେ? ଚଳିତ ବର୍ଷ ଏହି ସିରିଜ୍ର ବଜେଟ୍ ଥିଲା ପ୍ରାୟ ୫୦ରୁ ୮୦ କୋଟି ଟଙ୍କା । ଉପାର୍ଜନ ଦୃଷ୍ଟିରୁ ଅନ୍ୟାନ୍ୟ ଅଭିନେତା, ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ଜିତେନ୍ଦ୍ର କୁମାର । ଶୁଣିବାକୁ ମିଳିଛି ‘ପଞ୍ଚାୟତ ୩’ରେ ଅଭିନୟ କରି ମୋଟ ୫ ଲକ୍ଷ ୬୦ ହଜାର ଟଙ୍କା ପାଇଛନ୍ତି ଜିତେନ୍ଦ୍ର । ଏହି ସିରିଜର ପ୍ରଧାନଜି ଚରିତ୍ର ପାଇଁ ପ୍ରତି ଅଧ୍ୟାୟରେ ନୀନା ପାଇଛନ୍ତି ୫୦ ହଜାର ଟଙ୍କା । ମୋଟ୍ ୪ ଲକ୍ଷ ଟଙ୍କା ପାରିଶ୍ରମିକ ପାଇଛନ୍ତି ନୀନା ।
ଏହି ସିରିଜରେ ଗ୍ରାମ ମୁଖିଆଙ୍କ ସ୍ୱାମୀ ଚରିତ୍ରରେ ଅଭିନୟ କରିଛନ୍ତି ରଘୁବୀର ଯାଦବ । ସେ ପାଇଛନ୍ତି ମୋଟ୍ ୩ ଲକ୍ଷ ୨୦ ହଜାର ଟଙ୍କା। ଏହି ୱେବ ସିରିଜ୍ ଜରିଆରେ ଅଭିନୟ ଜଗତରେ ପାଦ ରଖିଥିଲେ ଅଭିନେତା ଚନ୍ଦନ ରାୟ । ତାଙ୍କ ସାରଲ୍ୟରେ ଭରା ଅଭିନୟ ଦର୍ଶକଙ୍କ ମନ ଜିଣିପାରିଛି, ଯିଏକି ପ୍ରତି ଅଧ୍ୟାୟ ପାଇଁ ୨୦ ହଜାର ଟଙ୍କା ନେଇଥିବାର କୁହାଯାଉଛି । ଏହା ବ୍ୟତୀତ ଏହି ସିରିଜରେ ଅଭିନୟ କରିଛନ୍ତି ଦୁର୍ଗେଶ କୁମାର, ସୁନୀତା ରାଜାୱାର, ସମ୍ବିକାଙ୍କ ଭଳି ଆହୁରି ଅନେକ ଅଭିନେତା ।