ଭିଏତନାମରେ ‘ୟାଗି’ ଦୁର୍ଦ୍ଦଶା ବଢ଼ୁଛି; ବନ୍ୟା ଓ ଭୂସ୍ଖଳନ ନେଲାଣି ୨୨୬ ଜୀବନ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଏସୀୟ ଦେଶ ଭିଏତନାମରେ ସାମୁଦ୍ରିକ ଝଡ଼ ‘ୟାଗି’ ଯୋଗୁ ଦୁର୍ଦ୍ଦଶା ବଢ଼ୁଛି । ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୨୨୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦୪ ଜଣ ଏବେ ବି  ନିଖୋଜ ରହିଛନ୍ତି । ରେଡ୍‌ ନଦୀରେ ବନ୍ୟା ଆସିବା ଯୋଗୁ ରାଜଧାନୀ ହାନୋଇ ଜଳମଗ୍ନ ହୋଇଛି । ଜଳସ୍ତର ସାମାନ୍ୟ ଖସିଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେବି ପାଣି ଘେରରେ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସୁଛି । ପାଣି   ଜମିରହିବା ଯୋଗୁ ଫାକ୍‌ ୱାନ-କାଉ ଗୀ ଏକ୍ସପ୍ରେସ୍‌-ୱେରେ ଯାତାୟାତ ଠପ୍‌ ହୋଇଯାଇଛି । ଫଳରେ  ଟ୍ରାଫିକ୍‌ ସମସ୍ୟା ଉପୁଜିଛି ।ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବନ୍ୟା ଯୋଗୁ ଭିଏତନାମରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ବନ୍ୟା  କାରଣରୁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଯାଇଛି ।  ଭିଏତନାମର କୃଷି ମନ୍ତ୍ରଣାଳୟ ମୁତାବକ, ପ୍ରାୟ  ୨୫ ହଜାର ହେକ୍ଟରରେ ଫସଲ ନଷ୍ଟ ହୋଇଛି ।  ଏହାବ୍ୟତୀତ କୁକୁଡ଼ା, ବତକ, ଘୁଷୁରି, ଗାଈ ଓ  ମଇଁଷି ପାଳନ କରି ଜୀବିକା ନିର୍ବାହ କରୁଥିବା ଚାଷୀ   ମଧ୍ୟ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ।         

ଭିଏତନାମରେ ‘ୟାଗି’ ଦୁର୍ଦ୍ଦଶା ବଢ଼ୁଛି; ବନ୍ୟା ଓ ଭୂସ୍ଖଳନ ନେଲାଣି ୨୨୬ ଜୀବନ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଏସୀୟ ଦେଶ ଭିଏତନାମରେ ସାମୁଦ୍ରିକ ଝଡ଼ ‘ୟାଗି’ ଯୋଗୁ ଦୁର୍ଦ୍ଦଶା ବଢ଼ୁଛି । ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୨୨୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦୪ ଜଣ ଏବେ ବି  ନିଖୋଜ ରହିଛନ୍ତି । ରେଡ୍‌ ନଦୀରେ ବନ୍ୟା ଆସିବା ଯୋଗୁ ରାଜଧାନୀ ହାନୋଇ ଜଳମଗ୍ନ ହୋଇଛି । ଜଳସ୍ତର ସାମାନ୍ୟ ଖସିଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେବି ପାଣି ଘେରରେ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସୁଛି । ପାଣି   ଜମିରହିବା ଯୋଗୁ ଫାକ୍‌ ୱାନ-କାଉ ଗୀ ଏକ୍ସପ୍ରେସ୍‌-ୱେରେ ଯାତାୟାତ ଠପ୍‌ ହୋଇଯାଇଛି । ଫଳରେ  ଟ୍ରାଫିକ୍‌ ସମସ୍ୟା ଉପୁଜିଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବନ୍ୟା ଯୋଗୁ ଭିଏତନାମରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ବନ୍ୟା  କାରଣରୁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଯାଇଛି ।  ଭିଏତନାମର କୃଷି ମନ୍ତ୍ରଣାଳୟ ମୁତାବକ, ପ୍ରାୟ  ୨୫ ହଜାର ହେକ୍ଟରରେ ଫସଲ ନଷ୍ଟ ହୋଇଛି ।  ଏହାବ୍ୟତୀତ କୁକୁଡ଼ା, ବତକ, ଘୁଷୁରି, ଗାଈ ଓ  ମଇଁଷି ପାଳନ କରି ଜୀବିକା ନିର୍ବାହ କରୁଥିବା ଚାଷୀ   ମଧ୍ୟ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ।