ନିଖୋଜ ପାକିସ୍ତାନୀ ନାଗରିକଙ୍କୁ ନେଇ ଏକନାଥ ସିନ୍ଦେଙ୍କ ବଡ଼ ବୟାନ, କହିଲେ-ଖୋଜିକି ଠୋକ

ବୁଲଢାଣା ୨୭।୪: ପହଲଗାମ ଆତଙ୍କବାଦୀ କାଣ୍ଡ ପରେ ମହାରାଷ୍ଟ୍ର ସରକାର ରାଜ୍ୟରୁ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଆଦେଶ ଦେଇଛନ୍ତି। ଜାରି ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ପାକିସ୍ତାନୀ ନାଗରିକ ଅଛନ୍ତି। ଏମାନଙ୍କୁ ଦେଶଛାଡିବାକୁ କହି ଦିଆଯାଇଛି। ତେବେ ଏଥିରୁ ଏକ ଅନ୍ୟ ତଥ୍ୟ ମଧ୍ୟ ମିଳିଛି। ତାହା ହେଉଛି ପାକିସ୍ତାନୀଙ୍କ ମଧ୍ୟରୁ ୧୦୭ ଜଣ ନିଖୋଜ ଅଛନ୍ତି। ଏହି ନିଖୋଜ ପାକିସ୍ତାନୀଙ୍କ ସୂଚନା ନା ପୋଲିସ ପାଖରେ ଅଛି ନା ପ୍ରଶାସନ ନିକଟରେ। ଏଣୁ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କଡ଼ା ଚେତାବନୀ ଦେଇଛନ୍ତି। ନିଖୋଜ ପାକିସ୍ତାନୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଲଢାଣାରେ ବଡ଼ ବୟାନ ଦେଇଛନ୍ତି। ସେ ନିଖୋଜ ପାକିସ୍ତାନୀଙ୍କୁ ଖୋଜିବାକୁ ଓ ଯେଉଁଠି ମିଳିବେ ଠୁକିବାକୁ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ କହିଛନ୍ତି। ଆମେ ବି ପାକିସ୍ତାନୀ ନାଗରିକଙ୍କୁ ମହାରାଷ୍ଟ୍ର ଛାଡିବାକୁ ଆଦେଶ ଦେଇଛୁ। ଏଥିରେ ନିଖୋଜ ପାକିସ୍ତାନୀଙ୍କୁ ତୁରନ୍ତ ଖୋଜିବାକୁ ଓ ଯେଉଁଠି ମିଳିବେ ସେଇଠି ଠୁକିବାକୁ ସିନ୍ଦେ କହିଛନ୍ତି। Buldhana, Maharashtra: Deputy CM Eknath Shinde says, "Home Minister Amit Shah and Prime Minister Modi have stated that Pakistani citizens shou

ନିଖୋଜ ପାକିସ୍ତାନୀ ନାଗରିକଙ୍କୁ ନେଇ ଏକନାଥ ସିନ୍ଦେଙ୍କ ବଡ଼ ବୟାନ,  କହିଲେ-ଖୋଜିକି ଠୋକ

ବୁଲଢାଣା ୨୭।୪: ପହଲଗାମ ଆତଙ୍କବାଦୀ କାଣ୍ଡ ପରେ ମହାରାଷ୍ଟ୍ର ସରକାର ରାଜ୍ୟରୁ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଆଦେଶ ଦେଇଛନ୍ତି। ଜାରି ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ପାକିସ୍ତାନୀ ନାଗରିକ ଅଛନ୍ତି। ଏମାନଙ୍କୁ ଦେଶଛାଡିବାକୁ କହି ଦିଆଯାଇଛି। ତେବେ ଏଥିରୁ ଏକ ଅନ୍ୟ ତଥ୍ୟ ମଧ୍ୟ ମିଳିଛି। ତାହା ହେଉଛି ପାକିସ୍ତାନୀଙ୍କ ମଧ୍ୟରୁ ୧୦୭ ଜଣ ନିଖୋଜ ଅଛନ୍ତି। ଏହି ନିଖୋଜ ପାକିସ୍ତାନୀଙ୍କ ସୂଚନା ନା ପୋଲିସ ପାଖରେ ଅଛି ନା ପ୍ରଶାସନ ନିକଟରେ। ଏଣୁ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କଡ଼ା ଚେତାବନୀ ଦେଇଛନ୍ତି। 

ନିଖୋଜ ପାକିସ୍ତାନୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଲଢାଣାରେ ବଡ଼ ବୟାନ ଦେଇଛନ୍ତି। ସେ ନିଖୋଜ ପାକିସ୍ତାନୀଙ୍କୁ ଖୋଜିବାକୁ ଓ ଯେଉଁଠି ମିଳିବେ ଠୁକିବାକୁ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ କହିଛନ୍ତି। ଆମେ ବି ପାକିସ୍ତାନୀ ନାଗରିକଙ୍କୁ ମହାରାଷ୍ଟ୍ର ଛାଡିବାକୁ ଆଦେଶ ଦେଇଛୁ। ଏଥିରେ ନିଖୋଜ ପାକିସ୍ତାନୀଙ୍କୁ ତୁରନ୍ତ ଖୋଜିବାକୁ ଓ ଯେଉଁଠି ମିଳିବେ ସେଇଠି ଠୁକିବାକୁ ସିନ୍ଦେ କହିଛନ୍ତି। 


ସିନ୍ଦେ କହିଛନ୍ତି ଯେ ଏବେ ପାକିସ୍ତାନୀଙ୍କୁ ଆଉ ଦୟାର ପାତ୍ର ନୁହନ୍ତି।  ସେମାନଙ୍କୁ ଦେଖାଇବାର କୌଣସି ଆବଶ୍ୟକତା ନାହିଁ। ଏଣୁ ପାକିସ୍ତାନ ପ୍ରତି ସହାନୁଭୂତି ଦେଖାଇବାର କୌଣସି କାରଣ ନାହିଁ। ଏଥିରେ ଯଦି ଏପରି ଲୋକଙ୍କୁ କେହି ଆଶ୍ରୟ ଦେଇଥିବାର ଜଣାପଡେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯିବ। ଏଣୁ ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ମହାରାଷ୍ଟ୍ର୍ର ଛାଡିଦେବା ଉଚିତ ବୋଲି ସେ କହିଛନ୍ତି। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ପାକିସ୍ତାନୀଙ୍କୁ ନେଇ ଏପରି କୌଣସି ତଥ୍ୟ ନଥିବା କହିଛନ୍ତି। 


ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି ଯେ ରାଜ୍ୟର ଗୃହମନ୍ତ୍ରୀ ଭାବେ ମୁଁ କହିବାକୁ ଚାହୁଁଛି ମହାରାଷ୍ଟ୍ରରେ କେହିବି ପାକିସ୍ତାନୀ ନାଗରିକ ସନ୍ଦିଗ୍ଧ ନାହାନ୍ତି ଓ ସମସ୍ତଙ୍କର ସୂଚନା ମିଳିଯାଇଛି। ସେମାନଙ୍କୁ ପଠାଇବାକୁ ବ୍ୟବସ୍ଥା କରିଦିଆଯାଇଛି। ଏଣୁ ରାଜ୍ୟରେ ଜଣେ ବି ପାକିସ୍ତାନୀ ନାଗରିକ ଆଉ ରହିପାରିବେନି। ସମସ୍ତଙ୍କୁ ସୋମବାର ସୁଦ୍ଧା ରାଜ୍ୟରୁ ବିଦା କରିଦିଆଯିବ। ଏଥିରେ ପୋଲିସ ପ୍ରଶାସନ ମଧ୍ୟ  ପାକିସ୍ତାନୀ ନାଗରିକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ପାକିସ୍ତାନୀଙ୍କୁ ଦେଶକୁ ପଠାଇବାକୁ ପୋଲିସ ମଧ୍ୟ ଯୋଗଦାନ କରୁଛି।