ବିନିକା:  ମନ୍ଦିର ପ୍ରତିଷ୍ଠା ପାଇଁ ହଜାର ହଜାର ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା

ବିନିକା:  ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ହଜାର ହଜାର ମହିଳାଙ୍କ କଳସ ଶୋଭାୟାତ୍ର ଶେଷ ହୋଇଯାଇଛି l ମନ୍ଦିର ପ୍ରତିଷ୍ଠା ପାଇଁ ଆସନ୍ତାକାଲି ଠାରୁ ହୋମ,ଯଜ୍ଞ,ତନ୍ତ୍ର,ମନ୍ତ୍ର ରୀତି ନୀତି ଅନୁସାରେ ମା ଦୁର୍ଗାଙ୍କ ଅଷ୍ଟଧାତୁ ପିତ୍ତଳ ମୂର୍ତ୍ତିସହ ମନ୍ଦୀର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ ପାଳିତ କରାଯିବ l Also read- ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଓଡ଼ିଆଙ୍କ ଶ୍ରେଷ୍ଠ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ ଆଜି ବିନିକା ମହାନଦୀ ଫେରି ଫେରି ଘାଟ ଠାରେ ପୂଜା ପାଠ କରିବା ପରେ ଡୋଳା, ନିଶାନ,ଘଣ୍ଟ, ବାଦ୍ୟରେ ହଜାର ହଜାର ମହିଳା ମୁଣ୍ଡରେ କଳସ ବୋହି ସହର ପରିକ୍ରମା କରିଥିଲେ l ଆସନ୍ତାକାଲି ଠାରୁ ହୋମ ଯଜ୍ଞ ସହ ପୂଜା ପାଠ ସହ ଭଜନ,କୀର୍ତ୍ତନ, ପ୍ରବଚନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଛି l ସନ୍ଧ୍ୟା ସମୟରେ ଅଞ୍ଚଳ ବାସୀଙ୍କ ମନୋରଞ୍ଜନ ପାଇଁ ରାବଣ ଦରବାର ସହ ମିନାବଜାରରେ ମଧ୍ୟ ଦର୍ଶକଙ୍କ ଭିଡ଼ ଦେଖାଦେବ l ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟିର ସମସ୍ତ ସଦସ୍ୟଙ୍କ ସାହଯ୍ୟ ସହଯୋଗ ରହିବା ସହ ଅଞ୍ଚଳ ବାସୀଙ୍କ ମଧ୍ୟ ସାହାଯ୍ୟ ସହଯୋଗ ରହିଛି l ଏହି ମା ଦୁର୍ଗାଙ୍କ ଅଷ୍ଠ  ଧାତୁ ପିତ୍ତଳ ମୂର୍ତ୍ତି ସହ ମନ୍ଦୀର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ନିଜକୁ ଭାଗ୍ୟ ମନେ କରି

ବିନିକା:  ମନ୍ଦିର ପ୍ରତିଷ୍ଠା ପାଇଁ ହଜାର ହଜାର ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା

ବିନିକା:  ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ହଜାର ହଜାର ମହିଳାଙ୍କ କଳସ ଶୋଭାୟାତ୍ର ଶେଷ ହୋଇଯାଇଛି l ମନ୍ଦିର ପ୍ରତିଷ୍ଠା ପାଇଁ ଆସନ୍ତାକାଲି ଠାରୁ ହୋମ,ଯଜ୍ଞ,ତନ୍ତ୍ର,ମନ୍ତ୍ର ରୀତି ନୀତି ଅନୁସାରେ ମା ଦୁର୍ଗାଙ୍କ ଅଷ୍ଟଧାତୁ ପିତ୍ତଳ ମୂର୍ତ୍ତିସହ ମନ୍ଦୀର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ ପାଳିତ କରାଯିବ l

Also read- ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଓଡ଼ିଆଙ୍କ ଶ୍ରେଷ୍ଠ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ

ଆଜି ବିନିକା ମହାନଦୀ ଫେରି ଫେରି ଘାଟ ଠାରେ ପୂଜା ପାଠ କରିବା ପରେ ଡୋଳା, ନିଶାନ,ଘଣ୍ଟ, ବାଦ୍ୟରେ ହଜାର ହଜାର ମହିଳା ମୁଣ୍ଡରେ କଳସ ବୋହି ସହର ପରିକ୍ରମା କରିଥିଲେ l ଆସନ୍ତାକାଲି ଠାରୁ ହୋମ ଯଜ୍ଞ ସହ ପୂଜା ପାଠ ସହ ଭଜନ,କୀର୍ତ୍ତନ, ପ୍ରବଚନ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଛି l ସନ୍ଧ୍ୟା ସମୟରେ ଅଞ୍ଚଳ ବାସୀଙ୍କ ମନୋରଞ୍ଜନ ପାଇଁ ରାବଣ ଦରବାର ସହ ମିନାବଜାରରେ ମଧ୍ୟ ଦର୍ଶକଙ୍କ ଭିଡ଼ ଦେଖାଦେବ l

ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟିର ସମସ୍ତ ସଦସ୍ୟଙ୍କ ସାହଯ୍ୟ ସହଯୋଗ ରହିବା ସହ ଅଞ୍ଚଳ ବାସୀଙ୍କ ମଧ୍ୟ ସାହାଯ୍ୟ ସହଯୋଗ ରହିଛି l ଏହି ମା ଦୁର୍ଗାଙ୍କ ଅଷ୍ଠ  ଧାତୁ ପିତ୍ତଳ ମୂର୍ତ୍ତି ସହ ମନ୍ଦୀର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ନିଜକୁ ଭାଗ୍ୟ ମନେ କରିବା ସହ ଯାତ୍ରାକୁ ଉପଭୋଗ କରିବା ପାଇଁ କହିଛନ୍ତିl

The post ବିନିକା:  ମନ୍ଦିର ପ୍ରତିଷ୍ଠା ପାଇଁ ହଜାର ହଜାର ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା appeared first on Prameya News7.